ହୀରା ପାଇଥିବା ଶ୍ରମିକଙ୍କ ଉଦାର ହୃଦୟ: ଗରିବ ସାଙ୍ଗ ସହ ଭାଗ କରିବେ ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 12, 2018

ହୀରା ପାଇଥିବା ଶ୍ରମିକଙ୍କ ଉଦାର ହୃଦୟ: ଗରିବ ସାଙ୍ଗ ସହ ଭାଗ କରିବେ ଟଙ୍କା

diamond

ଭୋପାଲ: ମଧ୍ୟପ୍ରଦେଶର ପନ୍ନା ଜିଲ୍ଲାରେ ୧.୫ କୋଟି ଟଙ୍କା ମୂଲ୍ୟର ହୀରା ପାଇଥିବା ଶ୍ରମିକ ମୋତିଲାଲ ପ୍ରଜାପତି ଗରିବ ହୋଇଥିଲେ ହେଁ ତାଙ୍କ ହୃଦୟର ବିଶାଳତା ଦେଖାଇଛନ୍ତି। ହୀରା ବିକ୍ରି ପରେ ଆସିବାକୁ ଥିବା ଅର୍ଥକୁ ସେ ତାଙ୍କ ଶ୍ରମିକ ବନ୍ଧୁ ରଘୁବୀର ପ୍ରଜାପତିଙ୍କ ସହ ବାଣ୍ଟିବେ ବୋଲି କହିଛନ୍ତି।

ଦିନେ ରଘୁବୀର ମୋତିଲାଲଙ୍କୁ ଜମି ଲିଜ୍‌ରେ ନେବାକୁ ୨୫୦ ଟଙ୍କା ସାହାଯ୍ୟ କରିଥିଲେ। ଯାହାକୁ ମୋତିଲାଲ ଆଜି ବି ଭୁଲି ନାହାନ୍ତି। ସେ ଏବେ ତାଙ୍କ ଲିଜ୍‌ ଜମିରୁ ହୀରା ପାଇଥିବାରୁ ଏଥିରୁ ମିଳିବାକୁ ଥିବା ଅର୍ଥ ରଘୁବୀରଙ୍କ ସହ ଭାଗ କରିବେ ବୋଲି କହିଛନ୍ତି।
ମୋତିଲାଲ କହିଛନ୍ତି, “ରଘୁବୀରକୁ ମୋ’ଠାରୁ ଅଧିକ ଟଙ୍କା ଆବଶ୍ୟକ। ମୋର ବି ଟଙ୍କାର ଆବଶ୍ୟକତା ରହିଛି, କିନ୍ତୁ ସେ ମୋ’ଠାରୁ ଅଧିକ ଗରିବ । ହୀରାରୁ ମିଳିବାକୁ ଥିବା ଟଙ୍କା ମୋ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହେବାକୁ ମୁଁ ଅନାଇ ବସିଛି। ରଘୁବୀରର ଆର୍ଥିକ ସ୍ଥିତି ଠିକ୍‌ ନାହିଁ। ଟଙ୍କା ଆସିଲେ ତାକୁ ମଧ୍ୟ ଦେବି।”

ହୀରା ପାଇବା ପରେ ଘରେ ଏକ ଛୋଟ ପୂଜା କରିଥିଲୁ ଓ ପଡ଼ୋଶୀଙ୍କୁ ମିଠା ବାଣ୍ଟିଥିଲୁ ବୋଲି ମୋତିଲାଲ କହିଛନ୍ତି।

ହୀରା ବିକ୍ରି ଟଙ୍କା ପାଇବାକୁ ଲାଗିବ କିଛିଦିନ

ଜଣେ ପ୍ରଶାସନିକ ଅଧିକାରୀ କହିଛନ୍ତି, “ମୋତିଲାଲଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହୀରା ବିକ୍ରି ଟଙ୍କା ଟ୍ରାନ୍ସଫର ହେବାକୁ କିଛିଦିନ ଲାଗିବ। କାରଣ ହୀରା ମିଳିବାର ଦୁଇ ସପ୍ତାହ ମଧ୍ୟରେ ଏହାର ନିଲାମ ହୋଇଯାଇଥାଏ। ଆଗକୁ ନିର୍ବାଚନ ଥିବାରୁ ଓ ଆଚରଣ ବିଧି ଲାଗୁ ହୋଇଥିବାରୁ ଅଧିକାଂଶ କର୍ମଚାରୀ ଡ୍ୟୁଟିରେ ଯାଇଛନ୍ତି। ତେଣୁ ଡିସେମ୍ବର ଶେଷ ଆଡକୁ ମୋତିଲାଲଙ୍କ ହୀରା ବିକ୍ରି ହେବ।”

ସୂଚନାଯୋଗ୍ୟ, ମୋତିଲାଲ ପାଇଥିବା ହୀରା ୪୨.୫୯ କ୍ୟାରେଟ୍‌ର ରହିଛି। ଏହି ଅଞ୍ଚଳରେ ମିଳିଥିବା ହୀରା ମଧ୍ୟରୁ ଏହା ଦ୍ୱିତୀୟ ସର୍ବାଧିକ ବଡ଼ ହୀରା। ପୂର୍ବରୁ ଏଠାରେ ୧୯୬୧ରେ ୪୪.୫୫ କ୍ୟାରେଟ୍‌ର ସବୁଠାରୁ ବଡ଼ ହୀରା ମିଳିଥିଲା।



from Odisha Reporter https://ift.tt/2yxtYTi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages