ଅଭିଜିତଙ୍କୁ ଆଜି ଜେରା କରିବ କମିଶନରେଟ ପୁଲିସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 23, 2018

ଅଭିଜିତଙ୍କୁ ଆଜି ଜେରା କରିବ କମିଶନରେଟ ପୁଲିସ

ttyy,,,ooo

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଓଡ଼ିଶା ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦରେ ଥିବା ଦିଲ୍ଲୀର ସାମ୍ବାଦିକ ଅଭିଜିତ୍ ଆୟର ମିତ୍ର ଆଜି ବିଧାନସଭା ଗୃହ କମିଟି ସମ୍ମୁଖରେ ହାଜର ହୋଇ ପୁଣିଥରେ କ୍ଷମା ପ୍ରାର୍ଥନା କରିଛନ୍ତି। ଗୃହ କମିଟି ଆଜି ତାଙ୍କର ବୟାନ ରେକର୍ଡ କରିଛି ଓ ତାଙ୍କୁ ପୁଣିଥରେ ନଭେମ୍ବର ୨ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି। ଅପରପକ୍ଷରେ ଶ୍ରୀ ଆୟରଙ୍କୁ ଆଜି କମିଶନରେଟ ପୁଲିସ ଗିରଫ କରିବା ସହ ଅପରାହ୍ନରେ ଜେରା କରିବ ବୋଲି ଜଣାପଡ଼ିଛି।

ବିଧାନସଭା ଗୃହ କମିଟି ମୁଖ୍ୟ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ଅଭିଜିତ୍ ଆୟର ଆଜି ଗୃହ କମିଟି ଆଗରେ ହାଜର ହୋଇ କ୍ଷମା ପ୍ରାର୍ଥନା କରିଛନ୍ତି। ସେ ଯାହା କହିଛନ୍ତି ତାହା ତାଙ୍କର ନିର୍ବୋଧପଣିଆ ଥିଲା। ତେବେ ତାଙ୍କୁ ନିଜର ପକ୍ଷକୁ ସତ୍ୟପାଠ ଆକାରରେ ରଖିବା ପାଇଁ ଗୃହ କମିଟି କହିଛି। ସେ ପୁଣିଥରେ ନଭେମ୍ବର ୨ ତାରିଖରେ ବିଧାନସଭା ଗୃହ କମିଟି ଆଗରେ ହାଜର ହେବେ। ତାଙ୍କର ସତ୍ୟପାଠକୁ ଅନୁଧ୍ୟାନ କରିବା ପରେ ହିଁ ଗୃହ କମିଟି ଚୂଡ଼ାନ୍ତ ନିଷ୍ପତ୍ତି ନେବ।

ସୂତ୍ର ଅନୁସାରେ ଆଜି ପ୍ରାୟ ଅଢ଼େଇ ଘଣ୍ଟା ଧରି ତାଙ୍କୁ ଗୃହ କମିଟିର ୫ଜଣିଆ ଟିମ୍ ବିଭିନ୍ନ ପ୍ରଶ୍ନ କରିଥିଲା। ଗୃହ କମିଟି ମଧ୍ୟ ବୈଜୟନ୍ତ ପଣ୍ଡା ଓ ତାଙ୍କ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ଜାଣିବାକୁ ଚାହିଁଥିଲା । ଓଡ଼ିଶାକୁ ସେ ୩ଥର ଆସିଛନ୍ତି ଓ ବୈଜୟନ୍ତଙ୍କ ଆମନ୍ତ୍ରଣ କ୍ରମେ ଥରେ ଓଡ଼ିଶା ଆସିଥିଲେ ବୋଲି ଶ୍ରୀ ଆୟର କହିଥିଲେ।

ଉଲ୍ଲେଖଯୋଗ୍ୟ, ଆୟରଙ୍କ ମାଧ୍ୟମରେ ବୈଜୟନ୍ତଙ୍କୁ ଏହି ବିବାଦ ଭିତରକୁ ଟାଣିବା ପାଇଁ ଶାସକ ଦଳ ପକ୍ଷରୁ ବାରମ୍ବାର ଉଦ୍ୟମ ହୋଇଥିବା କୁହାଯାଉଛି।

ଅନ୍ୟପକ୍ଷରେ ପୁଲିସ କମିଶନର ସତ୍ୟଜିତ୍ ମହାନ୍ତି କହିଛନ୍ତି ଯେ, ଶ୍ରୀ ଆୟରଙ୍କ ବିରୋଧରେ ଶହୀଦ ନଗର ଥାନାରେ ସେପ୍ଟେମ୍ବର ୨୦ତାରିଖରେ ଏକ ମାମଲା ରୁଜୁ ହୋଇଛି। ଶହୀଦ ନଗର ଥାନା ପୁଲିସ ତାଙ୍କୁ ଆଜି ଜେରା କରିବ। ସୁରକ୍ଷା ଦୃଷ୍ଟିରୁ ଆଜି ପୁଲିସ ତାଙ୍କୁ ହେପାଜତକୁ ନେଇ ଗୃହ କମିଟି ଆଗରେ ହାଜର କରାଇଥିଲା। ତାଙ୍କର ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ ମଧ୍ୟ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି।

ସୂଚନାଯୋଗ୍ୟ ଓଡ଼ିଶା, କୋଣାର୍କ ଓ ଜଗନ୍ନାଥ ମନ୍ଦିର ଏବଂ ବିଧାୟକମାନଙ୍କ ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ଦେଇ ଶ୍ରୀ ଆୟର ବିବାଦୀୟ ହୋଇପଡ଼ିଥିଲେ। ତାଙ୍କ ବିରୁଦ୍ଧରେ ଶହୀଦ ନଗର ଥାନା ଓ କୋଣାର୍କ ଥାନାରେ ମାମଲା ରୁଜୁ ହୋଇଛି । ସେ ପୂର୍ବରୁ ଇ-ମେଲ୍ ପଠାଇ ଏଭଳି ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ ଓ ୨୩ ତାରିଖରେ ଗୃହ କମିଟି ଆଗରେ ହାଜର ହେବେ ବୋଲି ସୂଚନା ଦେଇଥିଲେ।

କଡ଼ା ସୁରକ୍ଷା ବଳୟ ମଧ୍ୟରେ ଆଜି ଦିନ ପ୍ରାୟ ୧୧ଟା ୫ମିନିଟରେ ପୁଲିସ ଶ୍ରୀ ଆୟରଙ୍କୁ ବିଧାନସଭାର ୫୪ନମ୍ବର ପ୍ରକୋଷ୍ଠରେ ହାଜର କରାଇଥିଲା। କମିଟିର ଅଧ୍ୟକ୍ଷ ଶ୍ରୀ ମିଶ୍ର ଥିବାବେଳେ ସଦସ୍ୟ ଭାବେ ସଞ୍ଜୟ ଦାସବର୍ମା, ଅରୁଣ ସାହୁ, ପ୍ରମିଳା ମଲ୍ଲିକ, ଦେବୀ ପ୍ରସାଦ ମିଶ୍ର ଓ କନକବର୍ଦ୍ଧନ ସିଂହଦେଓ ରହିଛନ୍ତି।

ସୂଚନାଯୋଗ୍ୟ, ଚଳିତମାସ ୫ତାରିଖରେ ସୁପ୍ରିମକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିବାକୁ ମନା କରିଦେଇଥିଲେ। ସେ ଧାର୍ମିକ ଭାବନାକୁ ଉସକାଇଥିବା ଯୋଗୁ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ତାଙ୍କର ଜାମିନ ଆବେଦନକୁ ଖାରଜ କରିଦେଇଥିଲେ।



from Odisha Reporter https://ift.tt/2EFR3to

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages