ଫ୍ୟାନ୍‌ଙ୍କ ପ୍ରଶ୍ନ, ପ୍ରୀତିଙ୍କ ଉତ୍ତର: “ମୋ ସହ ସେମିତି ହେଇନି” - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 7, 2018

ଫ୍ୟାନ୍‌ଙ୍କ ପ୍ରଶ୍ନ, ପ୍ରୀତିଙ୍କ ଉତ୍ତର: “ମୋ ସହ ସେମିତି ହେଇନି”

ମୁମ୍ବାଇ: ଏବେ ବଲିଉଡ୍‌ରେ ତନୁଶ୍ରୀ ଦତ୍ତା ଓ ନାନା ପାଟେକରଙ୍କ ବିବାଦ ପରେ ପୂରା ବଲିଉଡ୍‌ ଉଠୁଛି ପଡ଼ୁଛି। ଏହି ଅବସରରେ ବଲିଉଡ୍‌ର ଅନ୍ୟ ଅଭିନେତ୍ରୀମାନେ ଯେଉଁମାନେ ଏହି ନିର୍ଯାତନାର ଶିକାର ହୋଇଛନ୍ତି ସେ ସବୁ ଉପରୁ ପରଦା ହଠୁଛି।

ଏମିତିକି ତନୁ ଓ ନାନାଙ୍କ ବିବାଦ ଉପରେ ବି ନିଜ ମତ ରଖୁଛନ୍ତି ଅନେକ ସେଲିବ୍ରିଟି।

ନିକଟରେ ପ୍ରୀତି ଜିଣ୍ଟା ‘ଇଣ୍ଡିଆ ଟୁଡେ’ର ଏକ କାର୍ଯ୍ୟକ୍ରମକୁ ଆସିଥିଲେ, ଯେଉଁଠି ସେ ତନୁଶ୍ରୀ, ନାନା ଓ ହ୍ରିତିକ୍‌ କଙ୍ଗନାଙ୍କ ସମ୍ପର୍କରେ କହିଥିଲେ।

ସେହି କାର୍ଯ୍ୟକ୍ରମରେ ଜଣେ ଫ୍ୟାନ୍‌ ତାଙ୍କୁ ପଚାରିଥିଲେ, “କଙ୍ଗନା ଓ ହ୍ରିତିକ୍‌ଙ୍କ କଣ୍ଟ୍ରୋଭର୍ସିରେ ଆପଣଙ୍କୁ  କିଏ ଠିକ୍‌ ଲାଗନ୍ତି ?”

ଏହାର ଉତ୍ତରରେ ପ୍ରିତୀ କହିଥିଲେ, କିଏ ଭୁଲ୍‌, କିଏ ଠିକ୍‌ କହୁଛି, ଏହା ପୁରୁଣା କଥା ହେଇଗଲାଣି। ଏହି ବିଷୟରେ ନା ହ୍ରିତିକ୍‌ ମୋତେ କିଛି କହିଛନ୍ତି ନା କଙ୍ଗନା। ଏମିତି ଶୁଣିବା କଥାରେ କିଛି କୁହାଯାଇ ପାରିବ ନାହିଁ।

ପ୍ରୀତି ନାନା ଓ ତନୁଶ୍ରୀଙ୍କ ବିବାଦ ଉପରେ କହିଥିଲେ, ‘‘ଏହା କେବଳ ଭାରତରେ ନୁହେଁ ବରଂ ସବୁ ଦେଶ ଓ ସବୁ ଇଣ୍ଡଷ୍ଟ୍ରିରେ ଦେଖିବାକୁ ମିଳୁଛି। ଏହା ଏକ ବାସ୍ତବିକ୍‌ କଥା। ଏହାକୁ ସ୍ୱୀକାର କରି ଦୃଢ ମନୋବଳ ଆଣିବାକୁ ପଡ଼ିବ। ଏହା କେବଳ ନାରୀ ନୁହେଁ ପୁରୁଷମାନଙ୍କ ସହ ବି ହେଉଛି। ଯଦି କେହି ଆପଣଙ୍କୁ ରାତି ୨ଟାରେ ରୁମ୍‌କୁ ଡାକି ଅଭିନୟ କରିବାକୁ ଡାକ୍ତନ୍ତି ଆଉ ଆପଣ ଯଦି ସେଠାକୁ ଯାଉଛନ୍ତି ତେବେ ଆପଣ ଜଣେ ମୁର୍ଖ ବୋଲି ପ୍ରମାଣିତ ହେବେ। ସେ ସମୟରେ ନିଜ ବୁଦ୍ଧି ଖଟେଇବାକୁ ପଡ଼ିବ।’’

କାଷ୍ଟିଂ କାଉଚ୍‌ ସମ୍ପର୍କରେ ମତ ରଖି ପ୍ରୀତି କୁହନ୍ତି, ‘‘ମୋ ସହ ଏମିତି ହେଲେ ମୁଁ ମାଡ଼ ମାରିଥାନ୍ତି। ଭାଗ୍ୟ ଭଲ ମୋ ସହ ସେମିତି କିଛି ହୋଇନି।’’

 



from Odisha Reporter https://ift.tt/2RwiZCc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages