ଶ’ ଓ ପନ୍ତଙ୍କ ରାଙ୍କିଙ୍ଗରେ ଉନ୍ନତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 15, 2018

ଶ’ ଓ ପନ୍ତଙ୍କ ରାଙ୍କିଙ୍ଗରେ ଉନ୍ନତି

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ସିରିଜ୍‌ରେ ଜବରଦସ୍ତ ପ୍ରଦର୍ଶନ କରିଥିବା ଟିମ୍‌ ଇଣ୍ଡିଆର ଦୁଇ ଯୁବ ପ୍ରତିଭା ପୃଥ୍ୱୀ ଶ’ ଓ ରିଷଭ ପନ୍ତଙ୍କ ଆଇସିସି ଟେଷ୍ଟ ବ୍ୟାଟିଂ ରାଙ୍କିଙ୍ଗରେ ଉନ୍ନତି ଘଟିଛି।

ଡେବ୍ୟୁରେ ଶତକ ହାସଲ କରିବା ଓ ଦ୍ୱିତୀୟ ଟେଷ୍ଟ୍‌ ମ୍ୟାଚ୍‌ରେ ୭୦ ଏବଂ ୩୩ ରନ୍‌ର ଇନିଂସ୍‌ ଖେଳିବା ପରେ ଶ’ ଟେଷ୍ଟ ବ୍ୟାଟିଂ ରାଙ୍କିଙ୍ଗରେ ୧୩ଟି ସ୍ଥାନ୍‌ ଲମ୍ଫ ମାରି ୬୦ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି। ତାଙ୍କ ପାଖରେ ଏବେ ୪୬୫ ପଏଣ୍ଟ ରହିଛି।

ସେହିପରି ଦୁଇଟି ଯାକ ମ୍ୟାଚ୍‌ରେ ୯୨ ରନ୍‌ ଲେଖାଏ କରିଥିବା ପନ୍ତ ୨୩ଟି ସ୍ଥାନ ଲମ୍ଫ ମାରି ୬୨ ତମ ସ୍ଥାନରେ ପହଞ୍ଚିଛନ୍ତି।
ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟେଷ୍ଟ୍‌ ପରେ କେବଳ ପନ୍ତ କିମ୍ବା ଶ’ଙ୍କ ରାଙ୍କିଙ୍ଗରେ ସୁଧାର ଆସିଛି ତାହା ନୁହେଁ, ପ୍ରଥମଥର ପାଇଁ ଟେଷ୍ଟ୍‌ କ୍ୟାରିୟର୍‌ର ଗୋଟିଏ ମ୍ୟାଚ୍‌ରେ ୧୦ଟି ୱିକେଟ୍‌ ନେଇଥିବା ସ୍ପିଡ୍‌ଷ୍ଟର ଉମେଶ ଯାଦବଙ୍କ ମାନ୍ୟତାରେ ମଧ୍ୟ ଉନ୍ନତି ଘଟିଛି।

ଏବେ ସେ ୬୧୩ ପଏଣ୍ଟ ସହ ବୋଲିଂ ରାଙ୍କିଙ୍ଗର କ୍ୟାରିୟର୍‌ ବେଷ୍ଟ ୨୫ ନଂ ସ୍ଥାନରେ ପହଞ୍ଚିଛନ୍ତି।
ଉମେଶ ଦ୍ୱିତୀୟ ଟେଷ୍ଟ୍‌ର ପ୍ରଥମ ଇନିଂସ୍‌ରେ ୬ଟି ୱିକେଟ୍‌ ନେଇଥିବା ବେଳେ ଦ୍ୱିତୀୟ ଇନିଂସ୍‌ରେ ୪ଟି ୱିକେଟ୍‌ ଦଖଲ କରିଥିଲେ।
ସେହିପରି ଟେଷ୍ଟ୍‌ ଟିମ୍‌ ରାଙ୍କିରେ ଭାରତ ତା’ର ସ୍ଥାନକୁ ଆହୁରି ସୁଦୃଢ଼ କରିଛି।

ୱିଷ୍ଟେଇଣ୍ଡିଜ୍‌କୁ ୨-୦ରେ ମାତ ଦେଇଥିବାରୁ ଭାରତକୁ ଗୋଟିଏ ପଏଣ୍ଟ ମିଳିଛି। ଫଳରେ ଭାରତର ପଏଣ୍ଟ ସଂଖ୍ୟା ୧୧୬ରେ ପହଞ୍ଚିଛି। ଏହାର ଅର୍ଥ ପୂର୍ବଭଳି ବିରାଟ୍‌ ଆଣ୍ଡ କୋ ପ୍ରଥମ ସ୍ଥାନରେ ରହିଛନ୍ତି।
ଭାରତ ପଛକୁ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ସମାନ ୧୦୬ ପଏଣ୍ଟ୍‌ ସହ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି। ୧୦୫ ପଏଣ୍ଟ ସହ ଇଂଲଣ୍ଡ ୪ର୍ଥ ଥିବାବେଳେ ୧୦୨ ପଏଣ୍ଟ ସହ ନ୍ୟୁଜିଲ୍ୟାଣ୍ଡ ୫ମ ସ୍ଥାନରେ ରହିଛି।



from Odisha Reporter https://ift.tt/2Abk8s8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages