ବନ୍ଧୁ ବାନ୍ଧବଙ୍କୁ ଆପ୍ୟାୟିତ କରିବାକୁ ଆୟୋଜିତ ହୁଏ ‘ଫରଲ୍‌’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 26, 2018

ବନ୍ଧୁ ବାନ୍ଧବଙ୍କୁ ଆପ୍ୟାୟିତ କରିବାକୁ ଆୟୋଜିତ ହୁଏ ‘ଫରଲ୍‌’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମ ଭାରତର ଦିୱାଲି ଭାରି ରଙ୍ଗିନ୍‌। ଝୋଟି ଚିତା ଆଉ ରଙ୍ଗ ବେରଙ୍ଗର ଆଲୋକମାଳାରେ ସଜ୍ଜିତ ଥିବା ଘରେ ଲକ୍ଷ୍ମୀଙ୍କ ଆବାହନ ଚାଲିଥାଏ। ବ୍ୟବସାୟିକ ଗୋଷ୍ଠୀ ଭାବେ ଜଣାଶୁଣା ଗୁଜୁରାଟି ଲୋକଙ୍କ ପାଇଁ ଏହା ଲକ୍ଷ୍ମୀପୂଜାର ସବୁଠାରୁ ସର୍ବୋତ୍ତମ ସମୟ। ଖାଲି ସେତିକି ନୁହେଁ, ମରାଠିଙ୍କ ଭୋଜି ଭାତ କଥା ଶୁଣିଲେ ଆପଣଙ୍କ ପାଟିରୁ ବି ଲାଳ ଗଡିବ।

ପଶ୍ଚିମ ଭାରତର ଗୁଜୁରାଟ ଓ ମହାରାଷ୍ଟ୍ର ଭଳି ଅଞ୍ଚଳରେ ଦୀପାବଳୀ ପ୍ରାୟତଃ ଝାରଖଣ୍ଡ ଓ ବିହାର ଭଳି ପାଳନ କରାଯାଇଥାଏ। ଏଠାରେ ମଧ୍ୟ ରଙ୍ଗୋଲି ଅଙ୍କନ କରି ପୂଜାର୍ଚ୍ଚନା କରିବାର ବିଧି ରହିଛି। ଖାଲି ସେତିକି ନୁହେଁ ଦୀପଦାନ କରି ଲକ୍ଷ୍ମୀ ପୂଜନ ମଧ୍ୟ ଏହି ଅଞ୍ଚଳରେ ପ୍ରାଧାନ୍ୟ ରଖେ। ଗୁଜୁରାଟି ପରିବାରରେ ଯେଉଁ ଝୋଟି ଅଙ୍କନ ବା ରଙ୍ଗୋଲି ପ୍ରସ୍ତୁତ କରାଯାଇଥାଏ ସେଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ଦେବୀ ଲକ୍ଷ୍ମୀଙ୍କ ପଦଚିହ୍ନ। ପ୍ରତି ଘର ଦ୍ୱାର ମୁହଁରେ ଲକ୍ଷ୍ମୀପାଦ ଅଙ୍କନ କରାଯାଇଥାଏ। ଲକ୍ଷ୍ମୀଙ୍କ ପ୍ରେବେଶ ପାଇଁ ଏମିତି ପ୍ରୟାସ କରାଯାଏ ବୋଲି ପାରମ୍ପରିକ ଢଙ୍ଗରେ ଏହାକୁ ଅଙ୍କନ କରାଯାଇଥାଏ। ସେହିପରି ମରାଠୀମାନେ ଏହି ସମୟରେ ଲକ୍ଷ୍ମୀପୂଜାକୁ ବିଶେଷ ଗୁରୁତ୍ୱ ଦେଇଥାନ୍ତି। ମରାଠୀ ପରିବାରରେ ସମ୍ପର୍କୀୟମାନଙ୍କୁ ନେଇ ଏକ ଭୋଜିର ଆୟୋଜନ କରାଯାଇଥାଏ, ଯାହାକୁ ‘ଫରଲ’ ବୋଲି କୁହାଯାଏ।  ଏହି ସମୟରେ ପାରମ୍ପରିକ ମରାଠି ଖାଦ୍ୟ କରଞ୍ଜି, ସକ୍କରପାରେ, ଲଡୁ, ଚକଲି ଓ ସେଭ୍‌ ପ୍ରସ୍ତୁତ କରି ବନ୍ଧୁ ଓ ପରିବାରକୁ ବଣ୍ଟନ କରାଯାଇଥାଏ।



from Odisha Reporter https://ift.tt/2qg8833

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages