
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ତିତ୍ଲିରେ ଜିରୋ କାଜୁଆଲ୍ଟି ହୋଇଛି।” ଗଞ୍ଜାମ ଜିଲ୍ଲାର ବରିଷ୍ଠ ବିଧାୟକ ତଥା ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଏହା କହିଥିଲେ। ଏହାକୁ କଡ଼ା ସମାଲୋଚନା କରିଛନ୍ତି ବରିଷ୍ଠ ବିଧାୟକ ଡାକ୍ତର ଦାମୋଦର ରାଉତ।
ସେ କହିଛନ୍ତି-“ରାଜ୍ୟ ସରକାରଙ୍କ ଆଗୁଆ ପଦକ୍ଷେପ ଯୋଗୁ କେହି ମୃତାହତ ହୋଇନାହାନ୍ତି ବୋଲି ଯଦି ସୂର୍ଯ୍ୟ ପାତ୍ର କହୁଛନ୍ତି, ତାହାହେଲେ ସେ ଉଦ୍ଭଟ ପାଗଳ। ତା’ ନହେଲେ ସେ କଣ ଏମିତି କଥା କହିଥାଆନ୍ତେ। ସେହି ଅଞ୍ଚଳର ମନ୍ତ୍ରୀ ହୋଇ ମଧ୍ୟ ସେ ତଥ୍ୟ ରଖିନଥିଲେ କିପରି? ସେହିଭଳି ଜିଲ୍ଲାପାଳ, ଏସ୍ଆର୍ସି ଯଦି ଖବର ପାଉନାହାନ୍ତି, ତା’ହେଲେ ରାଜ୍ୟରେ ସରକାର ଚାଲିଛି ବୋଲି କେମିତି କୁହାଯିବ?”
ଅନ୍ୟପକ୍ଷରେ ଶ୍ରୀ ପାତ୍ର ପୂର୍ବରୁ କହିଥିବା କଥା ବାଆଁରେଇଛନ୍ତି। ସେ ଆଜି କହିଛନ୍ତି-“ଗଣମାଧ୍ୟମ ଯେଉଁ ସମୟରେ ପଚାରିଥିଲା, ସେତେବେଳେ ମୋ ପାଖରେ ଖବର ନଥିଲା। ଗଣମାଧ୍ୟମରେ ଦେଖିବା ପରେ ସମ୍ପୃକ୍ତ ଜିଲ୍ଲାର ଅଧିକାରୀଙ୍କୁ ପଚାରି ଘଟଣା ଠିକ୍ ବୋଲି ଜାଣିବାକୁ ପାଇଛି। ଆଉ ନିଶ୍ଚିତ ହେଲି, ଗଣମାଧ୍ୟମ ଠିକ କହୁଥିଲା।”
from Odisha Reporter https://ift.tt/2yI0zpv
No comments:
Post a Comment