
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ପଡ଼ିଆରେ ଚାଲିଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ୩୬୭ ରନ୍ କରି ଅଲ୍ ଆଉଟ୍ ହୋଇଯାଇଛି ଟିମ୍ ଇଣ୍ଡିଆ।
ଗତକାଲି ଷ୍ଟମ୍ପ ଅପସାରଣ ବେଳକୁ ୪ ୱିକେଟ୍ ହରାଇ ୩୦୮ ରନ୍ କରିଥିବା ଭାରତୀୟ ଦଳ ଆଜି ଖାତାରେ ମାତ୍ର ୫୯ ରନ୍ ଯୋଡ଼ି ବାକି ସମସ୍ତ ୱିକେଟ୍ ହରାଇଛି। ଏହା ସହିତ ଦଳ ପ୍ରଥମ ଇନିଂସରେ ୫୬ ରନ୍ରେ ଆଗୁଆ ରହିଛି। ୱେଷ୍ଟଇଣ୍ଡିଜ୍ ପ୍ରଥମ ଇନିଂସ୍ରେ ୩୧୧ ରନ୍ କରିଥିଲା।
ଗତକାଲି ଖେଳ ଶେଷ ବେଳକୁ ଆଜିଙ୍କ୍ୟ ରାହାଣେ ଓ ଋଷଭ ପନ୍ତ ଯଥାକ୍ରମେ ୭୫ ଓ ୮୫ ରନ୍ କରି ନଟ୍ ଆଉଟ୍ ରହିଥିଲେ। ଆଜି ରାହାଣେ ତାଙ୍କ ଖାତାରେ ଆଉ ୫ ରନ୍ ଯୋଡ଼ି ଅର୍ଥାତ୍ ୮୦ ରନ୍ କରି ଆଉଟ୍ ହୋଇଯାଇଥିଲେ।
ଋଷଭ ପନ୍ଥ ବି ଆଜି ଖେଳି ପାରି ନଥିଲେ। ସେ ଆଜି ମାତ୍ର ୭ ରନ୍ କରିପାରିଥିଲେ। ବ୍ୟକ୍ତିଗତ ଭାବେ ୯୨ ରନ୍ କରିଥିବା ବେଳେ କ୍ୟାଚ୍ ଆଉଟ୍ ହୋଇଯାଇଥିଲେ।
ପ୍ରଥମ ଟେଷ୍ଟରେ ଶତକ ମାରି ଅପରାଜିତ ରହିଥିବା ରବୀନ୍ଦ୍ର ଜାଡେଜା ଆଜି ଖାତା ଖୋଲି ପାରି ନଥିଲେ। ଦୁଇଟି ବଲ୍ ଖେଳି ଆଉଟ୍ ହୋଇ ଯାଇଥିଲେ।
ରବିଚନ୍ଦ୍ରନ ଅଶ୍ୱିନ୍ ୩୫ ରନ୍ କରିଥିବା ବେଳେ କୁଲଦୀପ ଯାଦବ ୬, ଉମେଶ ଯାଦବ ୨ ରନ୍ କରିଥିଲେ। ଶର୍ଦ୍ଦୁଲ ଠାକୁର ୪ ରନ୍ କରି ଅପରାଜିତ ରହିଥିଲେ।
ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଜାସନ୍ ହୋଲ୍ଡର ସର୍ବାଧିକ ୫ଟି ୱିକେଟ୍ ନେଇଛନ୍ତି।
from Odisha Reporter https://ift.tt/2ygyOVR
No comments:
Post a Comment