ଲଞ୍ଚ୍‌ରେ ପରଷନ୍ତୁ ସ୍ୱାଦିଷ୍ଟ ଚିଙ୍ଗୁଡ଼ି ପଲାଉ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 9, 2018

ଲଞ୍ଚ୍‌ରେ ପରଷନ୍ତୁ ସ୍ୱାଦିଷ୍ଟ ଚିଙ୍ଗୁଡ଼ି ପଲାଉ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଆପଣ ଘରେ ପଲାଉ ନିଶ୍ଚୟ ପ୍ରସ୍ତୁତ କରୁଥିବେ। ତେବେ ଆଜି ଆମେ ଆପଣଙ୍କୁ ସ୍ୱାଦିଷ୍ଟ ଚିଙ୍ଗୁଡ଼ି ପଲାଉ ପ୍ରସ୍ତୁତି ସମ୍ପର୍କରେ କହିବୁ।

ଆବଶ୍ୟକ ସାମଗ୍ରୀ: ବଡ଼ ଚିଙ୍ଗୁଡ଼ି, ବାସୁମତୀ ଅରୁଆ ଚାଉଳ, କ୍ୟାପ୍ସିକମ୍, ଗାଜର୍‌, ଅଦା, ପିଆଜ, ଡାଲଚିନି, ଲବଙ୍ଗ, ଗୁଜୁରାତି, ତେଜପତ୍ର, ଲେମ୍ବୁରସ, ରିଫାଇନ୍‌ ତେଲ, ବଟର୍‌ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିଙ୍ଗୁଡ଼ିରୁ ଚୋପା ଛଡ଼ାଇ ଏହାକୁ ଭଲ ଭାବେ ଧୋଇ ସେଥିରେ ଲୁଣ ଓ ଲେମ୍ବୁରସ ଗୋଳାଇ ରଖନ୍ତୁ। ଚାଉଳକୁ ମଧ୍ୟ ଧୋଇ ରଖନ୍ତୁ। ଏବ ଏକ ବଡ଼ ପାତ୍ରରେ ତେଲ ଓ ବଟର୍‌ ମିଶାଇ ଗରମ କରନ୍ତୁ। ସେଥିରେ ତେଜପତ୍ର, ଡାଲଚିନି, ଲବଙ୍ଗ ଓ ଗୁଜୁରାତି ପକାନ୍ତୁ। ପରେ କଟା ପିଆଜ, କଟା ଅଦା, କଟା ଗାଜର ଓ କ୍ୟାପ୍ସିକମ୍‌କୁ ପକାଇ ଅଳ୍ପ ସମୟ ଭାଜନ୍ତୁ। ପରିବା ଅଳ୍ପ ଭାଜି ହୋଇଗଲେ, ଏଥିରେ ଚିଙ୍ଗୁଡ଼ିକୁ ପକାନ୍ତୁ।

ବର୍ତ୍ତମାନ ଏଥିରେ ଧୁଆ ହୋଇଥିବା ଚାଉଳ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ଏବେ ଏଥିରେ ଚାଉଳର ଦୁଇଗୁଣା ପାଣି ଓ ସ୍ୱାଦ ଅନୁଯାୟୀ ଲୁଣ ପକାଇ ଭଲ ଭାବରେ ଗୋଳାଇ ଢାଙ୍କୁଣି ଦେଇ ଦିଅନ୍ତୁ। ଚାଉଳ ସିଝିବା ପର୍ଯ୍ୟନ୍ତ ଏହାକୁ କମ୍‌ ଆଞ୍ଚରେ ରାନ୍ଧନ୍ତୁ। ପଲାଉ ହୋଇଗଲେ ଏହାକୁ ଚୁଲିରୁ ଓହ୍ଲାଇ ଏହା ଉପରେ ଗରମ ମସଲା ଗୁଣ୍ଡ ଓ ଏକ ଚାମଚ ବଟର୍‌ ପକାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ଚିଙ୍ଗୁଡି ପଲାଉ। ଲଞ୍ଚ୍‌ରେ ନିଜେ ଖା’ନ୍ତୁ ଓ ଅନ୍ୟ ସମସ୍ତଙ୍କୁ ଖୁଆନ୍ତୁ।



from Odisha Reporter https://ift.tt/2OglT09

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages