ପ୍ରବୀଣ ଜିତିଲେ ବ୍ରୋଞ୍ଜ; ପଦକ ସଂଖ୍ୟା ୧୨ରେ ପହଞ୍ଚିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 16, 2018

ପ୍ରବୀଣ ଜିତିଲେ ବ୍ରୋଞ୍ଜ; ପଦକ ସଂଖ୍ୟା ୧୨ରେ ପହଞ୍ଚିଲା

praveen

ବୁଏନ୍‌ସ ଆଇରସ: ୟୁଥ୍ ଅଲିମ୍ପିକ୍ସ ଗେମ୍ସରେ ପୁରୁଷ ଟ୍ରିପଲ୍ ଜମ୍ପରେ ଭାରତର ପ୍ରବୀଣ ଚିତ୍ରଭେଲ୍ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହା ସହିତ ଚଳିତ ୟୁଥ୍ ଅଲିମ୍ପିକ୍ସ ଗେମ୍ସରେ ଆଥ୍‌ଲେଟିକ୍ସରେ ପଦକ ଜିତିବାରେ ସେ ହୋଇଛନ୍ତି ଦ୍ୱିତୀୟ ଭାରତୀୟ।

ତାଙ୍କ ପୂର୍ବରୁ ସୋମବାର ୫୦୦୦ ମିଟର ରେସ୍ ୱାକ୍‌ରେ ଭାରତର ୧୭ ବର୍ଷୀୟ ସୁରଜ୍ ପନୱର ରୌପ୍ୟ ପଦକ ଜିତିଥିଲେ।

ମଙ୍ଗଳବାର ରାତିରେ ଟ୍ରିପଲ୍ ଜମ୍ପ୍ ପ୍ରତିଯୋଗିତାର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରବୀଣ ୧୫.୬୮ ମିଟର ଡେଇଁ ପଞ୍ଚମ ସ୍ଥାନରେ ରହିଥିଲେ। ତେବେ ପ୍ରଥମ ପର୍ଯ୍ୟାୟରେ ସେ ଭଲ ପ୍ରଦର୍ଶନ କରିଥିଲେ। ସେହି ପର୍ଯ୍ୟାୟରେ ସେ ୧୫.୮୪ ମିଟର ଡେଇଁ ତୃତୀୟ ସ୍ଥାନରେ ରହିଥିଲେ। ଦୁଇଟି ପର୍ଯ୍ୟାୟରେ ମିଶି ସେ ୩୧.୫୨ ମିଟର ଡେଇଁଥିଲେ ଓ ବ୍ରୋଞ୍ଜ ପଦକ ଜିତି ଥିଲେ।

ଏହି ପ୍ରତିଯୋଗିତାରେ କ୍ୟୁବାର ଆଲେଜାନ୍ଦ୍ରୋ ଡିଏଜ୍ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ଦୁଇଟି ପର୍ଯ୍ୟାୟରେ ମୋଟ ୩୪.୧୮ ମିଟର ଡେଇଁ ଥିଲେ।

ଚଳିତ ୟୁଥ୍ ଅଲିମ୍ପିକ୍ସ ଗେମ୍ସରେ ଭାରତ ଏଯାବତ୍‌ ମୋଟ ୧୨ଟି ପଦକ ହାସଲ କରିଛି। ଏହା ଭିତରେ ରହିଛି ତିନିଟି ସ୍ୱର୍ଣ୍ଣ ପଦକ, ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ। ପ୍ରବୀଣ ହିଁ ଏଥର ପ୍ରଥମ ବ୍ରୋଞ୍ଜ ଜିତିଛନ୍ତି।



from Odisha Reporter https://ift.tt/2QXW025

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages