
କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): ବିଜୁ ଯୁବ ବାହିନୀ ଆକ୍ରମଣରେ ଜଣେ କଂଗ୍ରେସ କର୍ମୀ ଗୁରୁତର ହୋଇଛନ୍ତି ବୋଲି ଆଳି ବିଧାୟକ ଦେବେନ୍ଦ୍ର ଶର୍ମା ଅଭିଯୋଗ କରିଛନ୍ତି।
ଆଳି ଥାନା ମାନପୁର ଗାଁରେ ଜଣେ କଂଗ୍ରେସ କର୍ମୀଙ୍କୁ ବିଜୁ ଯୁବ ବାହିନୀ ସଦସ୍ୟମାନେ ମରଣାନ୍ତକ ଆକ୍ରମଣ କରିଥିବା ସେ ଅଭିଯୋଗ କରିଛନ୍ତି।
ଗତକାଲି ଉମାକାନ୍ତ ତାଙ୍କ ଭଉଣୀଙ୍କ ଘରୁ ଫେରୁଥିବା ବେଳେ ଗୋବିନ୍ଦପୁର-ମାନପୁର ରାସ୍ତାରେ ଯୁବ ବାହିନୀର ସଦସ୍ୟମାନେ ତାଙ୍କୁ ଆକ୍ରମଣ କରିଥିଲେ ବୋଲି ସେ କହିଛନ୍ତି।
ଗୁରୁତର ଯୁବକଙ୍କ ନାଁ ଉମାକାନ୍ତ ନାୟକ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି ବୋଲି ବିଧାୟକ କହିଛନ୍ତି।
ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଗୁରୁତର କଂଗ୍ରେସ କର୍ମୀଙ୍କ ଫଟୋ ଦେଖାଇ ସିଧାସଳଖ ପୂର୍ବତନ ଆଳି ବିଧାୟକ ତଥା ରାଜ୍ୟସଭା ସାଂସଦ ପ୍ରତାପ ଦେବଙ୍କୁ ଟାର୍ଗେଟ କରିଛନ୍ତି।
ଅନ୍ୟପକ୍ଷରେ ସାଂସଦ ପ୍ରତାପ ଦେବ କହିଛନ୍ତି, ବିଧାୟକଙ୍କ ମସ୍ତିଷ୍କ ବିକୃତ ହୋଇଗଲାଣି।
ଏ ଘଟଣା ନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ।
from Odisha Reporter https://ift.tt/2Nt7rwm
No comments:
Post a Comment