
ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ବନ୍ଦ ବେଳେ ଉତ୍ତେଜନା ଦେଖାଯାଇଛି। ଆନ୍ଦୋଳନକାରୀମାନେ ପୁରୀ ବିଧାୟକ ତଥା ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଘରେ ପଶି ଆସବାବପତ୍ର ଭଙ୍ଗାରୁଜା କରିଛନ୍ତି। ଏହାସହ ସେମାନେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି।
ଆନ୍ଦୋଳନକାରୀମାନେ ଧାଡ଼ି ଦର୍ଶନ ପାଇଁ କରାଯାଇଥିବା ବ୍ୟାରିକେଡ୍ ଭାଙ୍ଗିବା ସହ ଟାୟାର ଜାଳି ବଡ଼ଦାଣ୍ଡରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହା ସହ ସେମାନେ ଟାଉନଥାନା ଆଗରେ ମଧ୍ୟ ବିକ୍ଷୋକ୍ଷ ପ୍ରଦର୍ଶନ କରିଛନ୍ତି।
ଶ୍ରୀମନ୍ଦିର ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ବିରୋଧ କରି ଆଜି ପୁରୀ ବନ୍ଦ ପାଳନ କରାଯାଉଛି। ବନ୍ଦ ପ୍ରଭାବରେ ସହରରେ ଦୋକାନବଜାର ସହ ସମସ୍ତ ସ୍କୁଲ୍ ଓ କଲେଜ୍ ବନ୍ଦ ରହିଛି।
ଆନ୍ଦୋଳନ ଯୋଗୁଁ ସାଧାରଣ ଦର୍ଶନ ପ୍ରଭାବିତ ହୋଇଛି।
ପୁରୀ ବନ୍ଦ ଡାକରା ଦେଇଥିବା ସାମାଜିକ ସଂଗଠନ ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କୁ ଘରୁ ଉଠାଇ ନେଇଛି ପୁଲିସ୍।
ପ୍ରତିଷେଧମୂଳକ ବ୍ୟବସ୍ଥା ସ୍ୱରୂପ ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିଦଦର୍ଶନ ପଟ୍ଟନାୟକଙ୍କୁ ଅଟକ ରଖାଯାଇଥିବା ଜଣାପଡ଼ିଛି।
from Odisha Reporter https://ift.tt/2OuMoxZ
No comments:
Post a Comment