ସରକାର ଟି୨୦ ଖେଳୁଛନ୍ତି ଆମେ ଟେଷ୍ଟ: ଆରବିଆଇ ଡେପୁଟି ଗଭର୍ଣ୍ଣର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 26, 2018

ସରକାର ଟି୨୦ ଖେଳୁଛନ୍ତି ଆମେ ଟେଷ୍ଟ: ଆରବିଆଇ ଡେପୁଟି ଗଭର୍ଣ୍ଣର

ମୁମ୍ବାଇ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆରବିଆଇ) ମାକ୍ରୋ ଇକୋନୋମିକ୍‌ ସ୍ଥିରତା ବୃଦ୍ଧି କରିବାର ଆବଶ୍ୟକତା ଅଛି ବୋଲି ମତ ଦେଇଛନ୍ତି ଆରବିଆଇ ଡେପୁଟି ଗଭର୍ଣ୍ଣର ବିରଲ ଆଚାର୍ଯ୍ୟ। ସେ ଆହୁରି ମଧ୍ୟ ସତର୍କ କରାଇ ଦେଇଛନ୍ତି ଯେ, ଆରବିଆଇର ସ୍ୱାଧୀନତାକୁ ଦୁର୍ବଳ କରିବା ସମ୍ଭବତଃ ବିପଜ୍ଜନକ ସାବ୍ୟସ୍ତ ହୋଇପାରେ। ଆରବିଆଇର ୱେବ୍‌ସାଇଟ୍‌ରେ ପ୍ରକାଶିତ ତାଙ୍କର ଏକ ଭାଷଣରେ ଆହୁରି ମଧ୍ୟ କୁହାଯାଇଛି, “ଅଧିକ ଆର୍ଥିକ ଏବଂ ମାକ୍ରୋଇକୋନୋମିକ୍‌ ସ୍ଥିରତା ସୁରକ୍ଷିତ କରିବା ପାଇଁ ଆରବିଆଇର ସ୍ୱାଧୀନତା ପ୍ରତି ଦୃଷ୍ଟି ଦିଆଯିବା ଉଚିତ ହେବ, ଯାହାକି ବ୍ୟାଙ୍କ ସମୂହଙ୍କର ନିୟାମକ ଭାବରେ କାର୍ଯ୍ୟ କରୁଛି।”

ଦେଶର ପେମେଣ୍ଟ ସିଷ୍ଟମ୍‌ ପାଇଁ ସ୍ୱତନ୍ତ୍ର ନିୟାମକ ଗଠନର ପ୍ରୟାସ ହେଉଥିବାରୁ ସେ ଏପରି ମତ ଦେଇଥିବା ଜଣାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି, ଆରବିଆଇର ସ୍ୱଧୀନତାରେ ଆଞ୍ଚ ଆସିଲେ କ୍ୟାପିଟାଲ ମାର୍କେଟ୍‌ରେ ସଙ୍କଟଜନକ ପରିସ୍ଥିତି ସୃଷ୍ଟି ହେବ।

ସରକାର ନିଷ୍ପତ୍ତି ନେବା ବାବଦରେ ସେ ଆହୁରି ମଧ୍ୟ କହିଥିଲେ, ସରକାରଙ୍କ ନିଷ୍ପତ୍ତି ନେବାର ତରିକା ଟି୨୦ର ଅବଧି ପରି। ନିର୍ଦ୍ଦିଷ୍ଟ ଅବଧିରେ ନିର୍ବାଚନ ନିଶ୍ଚୟ ଆସିବ। କିନ୍ତୁ ରିଜର୍ଭ ବ୍ୟାଙ୍କ ପାଇଁ ଏହା ଏକ ଟେଷ୍ଟ ମ୍ୟାଚ୍। ପ୍ରତ୍ୟେକ ସେସନ୍‌ରେ ଜିତିବା ସହିତ ଏହି ବିଜୟର ସ୍ଥିରତା ଆଣି ଆଗାମୀ ସେସନ୍‌ରେ ମଧ୍ୟ ଜିତିବାର ଲକ୍ଷ୍ୟ ରଖିଥାଉ।



from Odisha Reporter https://ift.tt/2Smmv2D

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages