କେବେଠାରୁ ଭାରତୀୟ ମୁଦ୍ରାରେ ରହିଲା ଗାନ୍ଧିଜୀଙ୍କ ଛବି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 2, 2018

କେବେଠାରୁ ଭାରତୀୟ ମୁଦ୍ରାରେ ରହିଲା ଗାନ୍ଧିଜୀଙ୍କ ଛବି ?

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର):  ଅକ୍ଟୋବର ୨। ଆଜି ଗାନ୍ଧି ଜୟନ୍ତୀ। ଜାତୀର ପିତା ମହାତ୍ମା ଗାନ୍ଧିଙ୍କ ପବିତ୍ର ଜନ୍ମୋତ୍ସବ। ଗୁଜୁରାଟ ପୋରବନ୍ଦରରେ। ଜନ୍ମିତ ଏହି ବ୍ୟକ୍ତି ଜଣକ ସ୍ୱାଧୀନତା ଆନ୍ଦୋଳନରେ ଯେଉଁ ବଳିଷ୍ଠ ଯୋଗଦାନ ଦେଇଥିଲେ ସେଥିଲାଗି ଆଜି ଆମ ହୃଦୟରେ ନମସ୍ୟ ହୋଇ ରହିଛନ୍ତି। ସ୍ୱାଧୀନ ଭାରତରେ ତାଙ୍କ ନାଁ ପଛରେ ଯୋଡି ହୋଇଛି ମହାତ୍ମା ଶବ୍ଦ, ଯେଉଁଥିପାଇଁ ସମ୍ବୋଧନରେ ସେ ହୋଇଛନ୍ତି ଜାତିର ପିତା ମହାତ୍ମା ଗାନ୍ଧି। ତାଙ୍କୁ ସମ୍ମାନ ଦେବାକୁ ଯାଇ ଭାରତୀୟ ମୁଦ୍ରାରେ ମଧ୍ୟ ରହିଛି ତାଙ୍କର ଛବି। ହେଲେ ଜାଣନ୍ତି କେବେ ଆଉ କେବେଠାରୁ ଭାରତୀୟ ମୁଦ୍ରାରେ ବାପୁଙ୍କ ଫଟୋ ସ୍ଥାନୀତ ହେଲା? ତା ହେଲେ ପଢନ୍ତୁ।

୧୯୬୯ ମସିହାରେ ଭାରତୀୟ ମୁଦ୍ରା ଉପରେ ପ୍ରଥମ ଥର ପାଇଁ ଗାନ୍ଧିଙ୍କ ଫଟୋ ଛପା ଯାଇଥିଲା। ଏହି ଦିନ ବାପୁଙ୍କ ଜନ୍ମ ବାର୍ଷିକ ଥିଲା। ଭାରତୀୟ ମୁଦ୍ରାରେ ଗାନ୍ଧିଙ୍କ ଫଟୋ ସହ ସେବାଆଶ୍ରମର ମଧ୍ୟ ଫଟୋ ରହିଥିଲା।

୧୯୮୭ ମସିହା ଅକ୍ଟୋବର  ମାସରେ ପ୍ରଥମ ଥର ୫୦୦ ଟଙ୍କା ନୋଟ୍‌ ଉପରେ ଗାନ୍ଧିଙ୍କ ଫଟୋ ଛପା ଯାଇଥିଲା।

ଭାରତୀୟ ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁସାରେ, ୧୯୯୬ରେ  ଭାରତୀୟ ମୁଦ୍ରାରେ ଗାନ୍ଧିଙ୍କ ଫଟୋ ଥାଇ ନୋଟ୍‌ ପ୍ରଚଳିତ ହୋଇଥିଲା। ଏହାପରେ ୫ ଟଙ୍କା, ୧୦ ଟଙ୍କା, ୨୦ଟଙ୍କା, ୧୦୦ଟଙ୍କା ଓ ୫୦୦ ଟଙ୍କାରେ ଗାନ୍ଧିଙ୍କ ଫଟୋ ଛପା ଯାଇଥିଲା। ଏହାପରେ  ଅଶୋକ ସ୍ତମ୍ଭ ଜାଗାରେ ଗାନ୍ଧିଙ୍କ ଫଟୋ ଲଗାଯାଇଥିବା ବେଳେ ନୋଟ୍‌ର ବାମ ପଟରେ ଅଶୋକ ସ୍ତମ୍ଭ ଲଗାଯାଇଥିଲା।

୧୯୮୭ ମସିହାରେ  ମାହାତ୍ମା ଗାନ୍ଧିଙ୍କ ଫଟୋ  ଭାରତୀୟ  ମୁଦ୍ରା ଉପରେ ୱାଟର ମାର୍କ ଦେଇ ଦେଇ ଛପାଯାଇଥିଲା। ଯାହା ଦ୍ୱାରା ନୋଟର ଦୁଇ ସାଇଟ୍‌ ଗାନ୍ଧିଙ୍କ ଫଟୋକୁ ଦେଖି ବାକୁ ମିଳିଥିଲା।

୧୯୯୩ ମସହାରେ ଗାନ୍ଧିଙ୍କ ଫଟୋ ଭାରତୀୟ ମୁଦ୍ରାର ଡାହାଣ ପଟରେ  ରଖିବାକୁ କେନ୍ଦ୍ର ସରକାର ସୁପାରିଶ କରିଥିଲେ।

 



from Odisha Reporter https://ift.tt/2zKYo6h

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages