ଏଥିପାଇଁ ନଭେମ୍ବର୧୫ରେ ବାହା ହେଉଛନ୍ତି ଦୀପିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 23, 2018

ଏଥିପାଇଁ ନଭେମ୍ବର୧୫ରେ ବାହା ହେଉଛନ୍ତି ଦୀପିକା

ମୁମ୍ବାଇ: ଦୀର୍ଘ ଦିନ ଧରି ଡେଟ୍‌ କରୁଥିବା ବଲିଉଡ୍‌ର ଚର୍ଚ୍ଚିତ ପ୍ରେମୀ ଯୁଗଳ ଦୀପିକା ପାଦୁକୋନ୍‌ ଓ ରଣବୀର ସିଂହ ସେମାନଙ୍କ ବିବାହ ତାରିଖ ଘୋଷଣା କରିଛନ୍ତି। ନଭେମ୍ବର ୧୪ ଓ ୧୫ରେ ବାହାଘର ତାରିଖ ଧାର୍ଯ୍ୟ ହୋଇଛି।  ଦୁହେଁ ସୋଶାଲ୍‌ ମିଡିଆରେ ଏହା ବିଷୟରେ ସୂଚନା ଦେଇଛନ୍ତି। ସୂତ୍ର ଅନୁସାରେ, ଦୁହେଁ ହିନ୍ଦୁ ରିତିନୀତି ଅନୁସାରେ ବିବାହ କରିବେ।

କିନ୍ତୁ ଗୋଟିଏ କଥା ଉପରେ ଆପଣ ଧ୍ୟାନ ଦେଇଛନ୍ତି କି ? ନଭେମ୍ବର ୧୪ ଓ ୧୫ରେ କୌଣସି ତିଥି ନଥାଇ ବି ଦୁହେଁ ବିବାହ କରୁଛନ୍ତି। ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ମୁତାବକ, ଜ୍ୟୋତିଷଙ୍କ ମତରେ କେବଳ ଡିସେମ୍ବରରେ କେବଳ ଗୋଟିଏ ଦିନ ଛାଡ଼ିଦେଲେ, ଏହି ବର୍ଷ ବାହାଘରର ଅନ୍ୟ କୌଣସି ତିଥି ନାହିଁ। ତେଣୁ ନଭେମ୍ବର ୧୪ ଓ ୧୫ରେ ଦୀପିକା ଓ ରଣବୀରଙ୍କ ବିବାହକୁ ଅନେକ ସମାଲୋଚନା କରାଯାଉଛି।

ତେବେ, ତିଥି ନ ଥାଇ ବି ଉଭୟ ଦୀପିକା ଓ ରଣବୀର ବିବାହ କରିବା ନିଷ୍ପତ୍ତି ସମ୍ପର୍କରେ ଏକ କଥା ଏବେ ସାମ୍ନାକୁ ଆସିଛି। ଦୁହେଁ ପ୍ରଥମ ଥର ପାଇଁ ଫିଲ୍ମ ‘ଗଲିୟୋଁ କି ରାସ ଲୀଲା ରାମଲୀଲା’ରେ ଏକାଠି  କାମ କରିଥିଲେ। ଏହି ଫିଲ୍ମ୍‌ ନଭେମ୍ବର୧୫, ୨୦୧୩ ରେ ରିଲିଜ୍‌ ହୋଇଥିଲା। ସେହି ଫିଲ୍ମ ପରଠାରୁ ଦୁହେଁ ଉଭୟଙ୍କର ନିକଟତର ହୋଇଥିଲେ। ସେଥିପାଇଁ ଦୁହେଁ ନିଜ ପର୍ସନାଲ୍‌ ଲାଇଫ୍‌ ବି ଏକାଠି ଏହି ତାରିଖରୁ ଆରମ୍ଭ କରିବାକୁ ଯୋଜନା କରିଛନ୍ତି।

ରିପୋର୍ଟ ମୁତାବକ, ଦୁହେଁ ବାହାଘର ପାଇଁ ଇଟାଲୀର ‘ଲେକ୍‌ କୋମୋ’ରେ ଭେନ୍ୟୁ ଫାଇନାଲ୍‌ କରିଛନ୍ତି। ଆଉ ତାଙ୍କର ଏହି ବାହାଘରକୁ କେବଳ ୩୦ଜଣ ଅତିଥିଙ୍କୁ ଆମନ୍ତ୍ରଣ କରାଯିବ।

ରିପୋର୍ଟ ମୁତାବକ, ଏହି ବାହାଘରକୁ ଅତିଥିମାନଙ୍କୁ ଫୋନ୍‌ ନ ନେଇ ଯିବାକୁ ଅନୁରୋଧ କରାଯାଇଛି। ବିବାହର ସବୁ ରିତିନୀତି ମଧ୍ୟ ଯେପରି ପର୍ସନାଲ ରହିବ, ସେଥିପ୍ରତି ଧ୍ୟାନ ଦିଆଯାଇଛି।



from Odisha Reporter https://ift.tt/2CyjqH7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages