ଅଭିଷେକ୍‌ଙ୍କୁ ଭଲ ଲାଗେ ସଲ୍‌ମାନ୍‌ ଓ ଐଶ୍ୱର୍ଯ୍ୟାଙ୍କ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 23, 2018

ଅଭିଷେକ୍‌ଙ୍କୁ ଭଲ ଲାଗେ ସଲ୍‌ମାନ୍‌ ଓ ଐଶ୍ୱର୍ଯ୍ୟାଙ୍କ…

ମୁମ୍ବାଇ: ଅଭିଷେକ୍‌ ବଚ୍ଚନଙ୍କୁ ପତ୍ନୀଙ୍କ ରୋମାନ୍ସ ଭାରି ଭଲଲାଗେ। ଆପଣ ଭାବୁଥିବେ ଏଇଟା କୋଉ ନୂଆ କଥା ଯେ, ସମସ୍ତଙ୍କୁ ନିଜ ପତ୍ନୀଙ୍କ ରୋମାନ୍ସ ଭଲ ତ ଲାଗେ, ଏଥିରେ ନୂଆ କ’ଣ?

କିନ୍ତୁ ଆପଣଙ୍କ ଭାବନା ଭୁଲ୍‌। ଜୁନିୟର ବଚ୍ଚନ ପତ୍ନୀ ଐଶ୍ୱର୍ଯ୍ୟାଙ୍କ ସମ୍ପର୍କରେ କଥାଟି କହିଛନ୍ତି ସତ। ହେଲେ ପତ୍ନୀଙ୍କ ରୋମାନ୍ସ ତାଙ୍କ ସହ ନୁହେଁ ବରଂ ଆଉ ଜଣଙ୍କ ସହ ତାଙ୍କୁ ବେସ୍‌ ଭଲଲାଗେ ବୋଲି ଖୋଲାଖୋଲି କହିଛନ୍ତି।

କ’ଣ କଥାଟା ଶୁଣି ଅକଲ ଗୁଡୁମ୍‌ ହେଇଗଲା ନା ! ରୁହନ୍ତୁ, ରୁହନ୍ତୁ କଥାଟା କ’ଣ ଏଥର ଖୋଲି କହୁଛୁ।

ଅଭିଷେକ୍‌ ବଚ୍ଚନ ଦୀର୍ଘ ସମୟ ପରେ ଫିଲ୍ମ ‘ମନ୍‌ମର୍ଜିୟା’ରେ ନଜର ଆସିଥିଲେ।  ଏହି ଫିଲ୍ମର ସଫଳତା ପରେ ଜୁନିଅର ବଚ୍ଚନ ଆହୁରି ଅନେକ ନୂଆ ପ୍ରୋଜେକ୍ଟରେ କାମ କରୁଛନ୍ତି। ସେଥିମଧ୍ୟରୁ ଗୋଟିଏ ହେଉଛି ‘ଗୁଲାବ୍‌ ଜାମୁନ୍‌’। ଏହି ଫିଲ୍ମରେ ଅଭି, ପତ୍ନୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସହ କାମ କରୁଛନ୍ତି।

ନିକଟରେ ଏକ ଚାର୍ଟ୍‌ ଶୋ’ରେ ତାଙ୍କୁ ପଚରା ଯାଇଥିଲା ଯେ, ତାଙ୍କୁ କେଉଁ ରୋମାଣ୍ଟିକ୍‌ ଫିଲ୍ମ ପସନ୍ଦ। ଆଉ ଏହାର ଉତ୍ତର ସେ ଯାହା କହିଥିଲେ ତାହା ଶୁଣି ନିଶ୍ଚିତ ଭାବେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ।

ଅବିଷେକ କହିଥିଲେ ତାଙ୍କୁ ‘ହମ୍‌ ଦିଲ୍ ଦେ ଚୁକେ ସନମ୍‌ ଖୁବ୍‌ ପସନ୍ଦ’!

ଏହି ଫିଲ୍ମରେ ଐଶ୍ୱର୍ଯ୍ୟାଙ୍କ ସହ ସଲମାନ୍‌ ଖାନ୍‌ ଓ ଅଜୟ ଦେବଗନ୍‌ଙ୍କୁ  ଦେଖିବାକୁ ମଳିଥିଲା।  ୧୯୯୯ ରେ ନିର୍ମିତ ହୋଇଥିବା ଏହି ଫିଲ୍ମକୁ  ସଞ୍ଜୟ ଲୀଲା ଭଂଶାଳୀ ନିର୍ଦ୍ଦେଶନା ଦେଇଥିଲେ।

ସୂଚନାମୁତାବକ, ସେହି ଫିଲ୍ମରେ ସଲ୍ଲୁ ମିଆଁ ଓ ଐଶ୍‌ଙ୍କ ଯୋଡ଼ିକୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ। ଆଉ ସେହି ଫିଲ୍ମରୁ ଦୁହିଁଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। କିନ୍ତୁ ତାଙ୍କ ସମ୍ପର୍କ ବେଶି ଦିନ ପର୍ଯ୍ୟନ୍ତ ଚାଲି ନ ଥିଲା।  ସେବେଠୁ ଦୁହିଁଙ୍କ ସମ୍ପର୍କ ମଧ୍ୟରେ ଏତେ ତିକ୍ତତା ଆସି ଯାଇଛି ଯେ, ଦୁହେଁ ଆଉ ଏକାଠି ଅଭିନୟ ବି କରୁ ନାହାନ୍ତି।  ଏମିତିରେ ଅଭିଷେକଙ୍କ ବୟାନ୍‌ ଖୁବ୍‌ ଆଶ୍ଚର୍ଯ୍ୟଜନକ ଥିଲା।

ଚାର୍ଟ୍‌ ଶୋ’ରେ ଅଭିଷେକ କହିଥିଲେ ମୋତେ ଐଶ୍‌ଙ୍କ ଅନେକ ଫିଲ୍ମ ପସନ୍ଦ।  ସେଥିମଧ୍ୟରୁ ‘ରେନକୋଟ’ ଓ ‘ଗୁରୁ’ରେ ଐଶ୍ୱର୍ଯ୍ୟାଙ୍କ କାମ ମୋତେ ଖୁବ୍‌ ପସନ୍ଦ ଆସିଥିଲା। ତାଙ୍କ ମତରେ ‘ରେନ୍‌କୋଟ୍‌’ରେ ଐଶ୍‌ଙ୍କ ଅଭିନୟ ଖୁବ୍‌ ଜବରଦସ୍ତ ଥିଲା।



from Odisha Reporter https://ift.tt/2D0VRIc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages