
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋଣାର୍କ ମନ୍ଦିର ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ଦେଇ ବିବାଦରେ ଥିବା ଅଭିଜିତ ଆୟର ମିତ୍ର ଭୁବନେଶ୍ୱରରେ ପହଞ୍ଚିଛନ୍ତି।
ଗତକାଲି ସୁପ୍ରିମକୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିଦେଇଥିଲେ। ଏହାପରେ ପୁଲସ୍ ପାଖରେ ହାଜର ହେବା ବ୍ୟତୀତ କିଛି ବାଟ ନଥିଲା।
ପୂର୍ବରୁ ଅଭିଜିତଙ୍କୁ ଗିରଫ କରଯାଇ ସାକେତ କୋର୍ଟରେ ହାଜର କରାଯାଇଥିଲା। ସେଠାରୁ ସେ ଜାମିନରେ ଯାଇଥିଲେ। ପରେ ସୁପ୍ରିମକୋର୍ଟ ତାଙ୍କୁ ୫ ତାରିଖ ଯାଏ ଅନ୍ତରୀଣ ସୁରକ୍ଷା ଦେଇଥିଲେ।
ଅଭିଜିତଙ୍କ କୋଣାର୍କ ମନ୍ଦିର ସମ୍ପର୍କରେ ବିବାଦୀୟ ଭିଡିଓ ପଦାକୁ ଆସିବା ପରେ ସାରା ରାଜ୍ୟରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା।
from Odisha Reporter https://ift.tt/2Nn2g0V
No comments:
Post a Comment