
ଛତ୍ରପୁର (ପ୍ରସନ୍ନ ଦାସ): ସାଙ୍ଗ ହୋଇ ନଦୀରେ ଗାଧୋଉ ଥିଲେ। ହେଲେ ହଠାତ୍ ନଦୀର ସ୍ରୋତରେ ଭାସିଗଲେ ଦୁଇ ଭାଇ। ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍ ଭୀମପୁର ନିକଟରେ। ରୁଷିକୂଲ୍ୟା ନଦୀରେ ଭାସି ଯାଇ ୨ ଭାଇ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଦୁଇ ଭାଇ ହେଲେ ସଂଗ୍ରାମ ପ୍ରଧାନ (୧୭) ଏବଂ ଶୁଭମ ପ୍ରଧାନ (୧୩)।
ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ଖୋଜାଖୋଜି ଆରମ୍ଭ କରିଦେବା ସହ ଦମକଳ ବହିନୀକୁ ଖବର ଦେଇଥିଲେ। ଖବର ପାଇ ଦମକଳ ବାହିନୀ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଭାଇଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରଖିଛି।
ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ସେମାନଙ୍କର କୌଣସି ସନ୍ଧାନ ମିଳି ନଥିବା ଜଣାପଡ଼ିଛି।
from Odisha Reporter https://ift.tt/2EI18pG
No comments:
Post a Comment