
ବାଲେଶ୍ୱର(ରଶ୍ମିରଞ୍ଜନ ଦାସ): ବାଲେଶ୍ୱର ସହରରେ କଂଗ୍ରେସର ଜଣେ ଯୁବ ନେତା ଆକ୍ରମଣର ଶିକାର ହୋଇଛନ୍ତି। ସେ ହେଲେ ଅଜଗର ଅଲ୍ଲୀ। ପ୍ରଥମେ ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଅଜଗର ଅଲ୍ଲୀ ଘରକୁ ଫେରୁଥିଲେ। ଏହି ମସୟରେ ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକ୍ରେ ଆସି ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ। ତାଙ୍କ ହାତରେ ଗଭୀର ଆଘାତ ଲାଗିଛି।
ପୂର୍ବ ଶତ୍ରୁତାକୁ ନେଇ ତାଙ୍କୁ ଆକ୍ରମଣ କରାଯାଇଥିବା ସନ୍ଦେହ କରାଯାଉଛି।
from Odisha Reporter https://ift.tt/2NVGLcW
No comments:
Post a Comment