ପାକିସ୍ତାନକୁ ହରାଇଲା ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 20, 2018

ପାକିସ୍ତାନକୁ ହରାଇଲା ଭାରତ

india

ମସ୍କଟ: ଓମାନର ରାଜଧାନୀ ମସ୍କଟରେ ଚାଲିଥିବା ପୁରୁଷ ହକି ଏସିଆନ୍ ଚାମ୍ପିଅନ୍‌ସିପ୍ ଟ୍ରଫିରେ ଭାରତର ବିଜୟ ଅଭିଯାନ ଜାରି ରହିଛି।

ଶନିବାର ଖେଳା ଯାଇଥିବା ଏକ ମ୍ୟାଚ୍‌ରେ ଭାରତ ତା’ର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ଏହି ପ୍ରତିଯୋଗିତାରେ ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି।

ଭାରତ ୩-୧ ଗୋଲ୍‌ରେ ପାକିସ୍ତାନକୁ ହରାଇଛି।

ବିଶ୍ୱର ୧୩ ନମ୍ବର ସ୍ଥାନରେ ଥିବା ପାକିସ୍ତାନ ମ୍ୟାଚ୍‌ ଆରମ୍ଭ ହେବା ମାତ୍ରେ ଭାରତ ଉପରେ ଏକ ଗୋଲ୍ କରିଥିଲା। ପ୍ରଥମ ମିନିଟ୍‌ରେ ଏହି ଗୋଲ୍ ହୋଇଥିଲା।

ମ୍ୟାଚ୍‌ର ୨୪ତମ ମିନିଟ୍‌ରେ ଭାରତ ପାକିସ୍ତାନ ଉପରେ ଗୋଟିଏ ଗୋଲ୍ କରି ସ୍ଥିତି ବରାବର କରି ଥିଲା। ଗୋଲ୍‌ଟି କରିଥିଲେ ଅଧିନାୟକ ମନପ୍ରୀତ୍‌ ସିଂହ।
ଏହା ପରେ ୩୩ତମ ମିନିଟ୍‌ରେ ମନଦୀପ ସିଂହ ଗୋଟିଏ ଗୋଲ୍ ଦେଇଥିଲେ। ଏହାର ୯ ମିନିଟ୍ ପରେ ଭାରତ ପାକିସ୍ତାନ ଉପରେ ଆଉ ଗୋଟିଏ ଗୋଲ୍ ଦେଇଥିଲା। ଦିଲ୍‌ପ୍ରୀତ୍ ସିଂହ ଏହି ଗୋଲ୍ କରିଥିଲେ।

ମ୍ୟାଚ୍‌ର ଚତୁର୍ଥ କ୍ୱାର୍ଟରରେ କୌଣସି ଗୋଲ୍ ହୋଇ ନଥିଲା। ଏହି ପର୍ଯ୍ୟାୟରେ ଭାରତ ପାକିସ୍ତାନ ଉପରେ ଆଧିପତ୍ୟ ଜମାଇ ଥିଲେ ବି ଆଉ ଗୋଲ୍ କରି ପାରି ନଥିଲା।

ସେହିଭଳି ଗତକାଲି ଖେଳା ଯାଇଥିବା ଅନ୍ୟ ଏକ ମ୍ୟାଚ୍‌ରେ ଜାପାନ ୨-୦ ଗୋଲ୍‌ରେ କୋରିଆକୁ ପରାସ୍ତ କରିଥିଲା।
ଭାରତ ତା’ର ପରବର୍ତ୍ତୀ ମ୍ୟାଚ୍ ଜାପାନ ବିରୋଧରେ ଆସନ୍ତାକାଲି ଖେଳିବ। ଦଳ ପ୍ରଥମ ମ୍ୟାଚ୍‌ରେ ଆୟୋଜକ ଓମାନକୁ ୧୧-୦ରେ ପରାସ୍ତ କରିଥିଲା।



from Odisha Reporter https://ift.tt/2q0TQTA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages