
ନୂଆଦିଲ୍ଲୀ: ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ହୋଇ ବଢ଼ି ଚାଲିଛି। ଯାହା ଦିଲ୍ଲୀବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏହାର ପ୍ରତିବାଦରେ ଆଜି ରାଜଧାନୀର ସମସ୍ତ ପେଟ୍ରୋଲ-ଡିଜେଲ ଓ ସିଏନ୍ଜି ପମ୍ପ ବନ୍ଦ କରାଯାଇଛି। କେଜ୍ରିୱାଲ୍ ସରକାର ପାଟ୍ରୋଲ ଓ ଡିଜେଲ ଉପରେ ଭାଟ୍ ହ୍ରାସ ନ କରିବା ବିରୋଧରେ ଦିଲ୍ଲୀ ପେଟ୍ରୋଲ ଡିଲର୍ସ ଆସୋସିଏସନ୍ (ଡିପିଡିଏ) ଆଜି ଏହି ବନ୍ଦ ଡାକରା ଦେଇଛି।
ଡିପିଡିଏର କହିବା ଅନୁସାରେ,“‘ ଦିଲ୍ଲୀରେ ପ୍ରାୟ ୪୦୦ ପେଟ୍ରୋଲ ପମ୍ପ ଏପରି ରହିଛି। ଯେଉଁଥିରେ ସିଏନ୍ଜି ଷ୍ଟେସନ୍ ବି ଜଡ଼ିତ ରହିଛି। ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ଆଜି ୨୪ ଘଣ୍ଟା ପାଇଁ ପେଟ୍ରୋଲ ଓ ଡିଜେଲ ପମ୍ପ ବନ୍ଦ ରହିବ। ଆଜି ସକାଳ ୬ଟାରୁ ୨୩ ଅକ୍ଟୋବର ସକାଳ ୫ଟା ପର୍ଯ୍ୟନ୍ତ ଏହି ବନ୍ଦ ରହିବ।”
ଅନ୍ୟପକ୍ଷରେ ବନ୍ଦ ଯୋଗୁ ପେଟ୍ରୋଲ ଓ ଡିଜେଲ୍ ଚାଳିତ ଗାଡ଼ି ସହ ସିଏନ୍ଜି ଚାଳିତ ଅଟୋ-ଟ୍ୟାକ୍ସି ଚାଳକ ହଇରାଣ ହେଉଛନ୍ତି।
ଜଣେ ଅଟୋ ଚାଳକ କହିଛନ୍ତି,“ଆଜି ପେଟ୍ରୋଲ-ଡିଜେଲ ପମ୍ପ ବନ୍ଦ ହେବା ନେଇ ଆମ ପାଖରେ କୌଣସି ସୂଚନା ନଥିଲା। ତେଣୁ ଆମକୁ ହଇରାଣ ହେବାକୁ ପଡୁଛି। ଗାଡ଼ିରେ ତେଲ ନଥିବାରୁ ବେପାର କରି ପାରୁନାହୁଁ।”
from Odisha Reporter https://ift.tt/2q4ciuE
No comments:
Post a Comment