ସୁନ୍ଦରୀ ହେବା ପାଇଁ କୁକୁର ପରିସ୍ରା ପିଉଛନ୍ତି ଯୁବତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 16, 2018

ସୁନ୍ଦରୀ ହେବା ପାଇଁ କୁକୁର ପରିସ୍ରା ପିଉଛନ୍ତି ଯୁବତୀ

ନୂଆଦିଲ୍ଲୀ: ସୁନ୍ଦର ଦେଖାଯିବା ପାଇଁ କେହି କସ୍‌ମେଟିକ୍‌ ପ୍ରଡକ୍ଟ ବ୍ୟବହାର କରିଥା’ନ୍ତି ଏବଂ ଆଉ କେହି ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ମୁହଁରେ ସର୍ଜରୀ ମଧ୍ୟ କରାନ୍ତି। କିନ୍ତୁ ସୁନ୍ଦର ଦେଖା ଯିବା ପାଇଁ ଜଣେ ଯୁବତୀ କୁକୁର ପରିସ୍ରା ପିଇବା କଥା ଶୁଣିଲେ, ଆପଣ କେବଳ ଆଶ୍ଚର୍ଯ୍ୟ ହେବେ ନାହିଁ, ବରଂ ହସିବେ ମଧ୍ୟ। କିନ୍ତୁ ଏପରି କଥା ସତ।

କୁକୁର ପରିସ୍ରା ପିଉଥିବା ଏହି ଯୁବତୀ ଜଣକ ହେଉଛନ୍ତି ଆମେରିକାର ଲାଇନ୍‌ ଲିଉ। ସେ ଏନେଇ ସୋଶାଲ୍‌ ମିଡିଆରେ ଏକ ଭିଡିଓ ମଧ୍ୟ ଶେୟାର୍‌ କରିଛନ୍ତି।
ଲିଉଙ୍କ କହିବା ଅନୁସାରେ, “ମୁଁ ସୁନ୍ଦର ଲାଗିବାର କାରଣ କସ୍‌ମେଟିକ୍‌ ନୁହେଁ, ଏଥିପାଇଁ ମୁଁ ପ୍ରତିଦିନ ମୋ ପୋଷା କୁକୁରର ପରିସ୍ରା ପିଇଥାଏ।“
ସେ ଶେୟାର୍‌ କରିଥିବା ଭିଡିଓରେ ଆପଣ ଦେଖିବେ, ପ୍ରଥମେ ସେ ନିଜର ପୋଷା କୁକୁରକୁ ଏକ ଗଛ ପାଖକୁ ନେଉଛନ୍ତି ଏବଂ ଏକ ଗ୍ଲାସ୍‌ରେ ସେହି କୁକୁରର ପରିସ୍ରା ସଂଗ୍ରହ କରି ପିଉଛନ୍ତି।


ଏହି ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ କିଛି ୟୁଜର୍‌ ଏହାକୁ ନେଇ ଓଲଟା ସିଧା କମେଣ୍ଟ୍‌ ମଧ୍ୟ କରିଛନ୍ତି।
ଜଣେ ୟୁଜର୍‌ କହିଛନ୍ତି, “ଯୁବତୀ ଜଣକ ମହିଳା ନୁହେଁ, କିଛି ଦିନ ପରେ ସେ ସୁନ୍ଦର ଲାଗିବା ପାଇଁ କୁକୁର ମଳକୁ ମଧ୍ୟ ଖାଇପାରିବେ।“
କୁକୁର ପରିସ୍ରା ପିଇବା ପରେ ତାଙ୍କ ମୁହଁରେ ହୋଇଥିବା ବ୍ରଣ ଏବଂ ଦାଗ ଦୂର ହୋଇ ତ୍ୱଚା ଉଜ୍ଜଳ ହୋଇଛି ବୋଲି ଲିଉ ଦାବି କରିଛନ୍ତି। ଏହା ପୂର୍ବରୁ ତାଙ୍କ ମୁହଁରେ ବ୍ରଣ ହେଉଥିବାରୁ ସେ ଚିନ୍ତିତ ଥିଲେ।ସେ ଆହୁରି ମଧ୍ୟ କହିଛନ୍ତି, “କୁକୁର ପରିସ୍ରାରେ ଭିଟାମିନ୍‌ ଏ’, ସି’ ଓ ୧୦ ଗ୍ରାମ୍‌ କ୍ୟାଲ୍‌ସିୟମ୍‌ ରହିଛି, ଯାହା କ୍ୟାନସର୍‌ ଓ ଟ୍ୟୁମର୍‌ ଭଲ କରିବାରେ ସାହାଯ୍ୟ କରିଥାଏ।
ପ୍ରାଚୀନକାଳରେ ଚୀନ୍‌,ରୋମ୍‌, ଗ୍ରୀସ୍‌ ଓ ଇଜିପ୍ଟରେ ହେଉଥିବା ୟୁରୋଥେରାପିରେ କୁକୁର ପରିସ୍ରା ବ୍ୟବହାର କରାଯାଉଥିଲା। କିନ୍ତୁ ବର୍ତ୍ତମାନ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏହାକୁ ବିଶ୍ୱାସ କରୁନାହାନ୍ତି, କାରଣ ଏହା ବିଷୟରେ କୌଣସି ଅଧ୍ୟୟନ କରାଯାଇନାହିଁ ବୋଲି ଲିଉ କହିଛନ୍ତି।
ତେବେ ଲାଇନ୍‌ ଲିଉଙ୍କର ଏପରି କାର୍ଯ୍ୟକୁ ଦେଖି ଜଣେ ବିଶେଷଜ୍ଞ କହିଛନ୍ତି, ପରିସ୍ରା ଦ୍ୱାରା ଶରୀରରୁ ଅତିରିକ୍ତ ତରଳ ପଦାର୍ଥ,ଲବଣ ଏବଂ ବିଷାକ୍ତ ଦ୍ରବ୍ୟ ବାହାରି ଯାଇଥାଏ।
କିନ୍ତୁ ଏପରି କୁକୁର ପରିସ୍ରା ପିଇବା ଦ୍ୱାରା ଏହି ବିଷାକ୍ତ ପଦାର୍ଥ ସବୁ ପୁଣି ଥରେ ଶରୀରରେ ପ୍ରବେଶ କରିଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ହାନିକାରକ।

ତେଣୁ କୁକୁର ପରିସ୍ରା ପିଇବା ପାଇଁ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଆବଶ୍ୟକ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, “ଯଦି ଜଣେ ବ୍ୟକ୍ତି ଖାଦ୍ୟପାନୀୟଠାରୁ ଅନେକ ଦିନ ପର୍ଯ୍ୟନ୍ତ ଦୂରେଇ ରୁହେ, ସେପରି କ୍ଷେତ୍ରରେ କୁକୁର ପରିସ୍ରା ପିଇବା ଉଚିତ୍‌ ବୋଲି କୁହାଯାଇପାରେ।“



from Odisha Reporter https://ift.tt/2P2dJIk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages