
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରତ୍ୟେକ ବ୍ୟକ୍ତି ଚାହିଁଥାଏ, ତାର ଭାଗ୍ୟ ଭଲ ହେଉ। କିନ୍ତୁ ପ୍ରତି ଥର ଏପରି ହୋଇ ନ ଥାଏ। ଅନେକ ଥର ଭାଗ୍ୟ ଖରାପ ହେବା କାରଣରୁ ପରିଶ୍ରମ କଲେ ମଧ୍ୟ ସଫଳତା ମିଳେନି।
ଶାସ୍ତ୍ର ଅନୁସାରେ ବ୍ୟକ୍ତି ଅନେକ ପରିଶ୍ରମ କଲେ ମଧ୍ୟ କିଛି ଭୁଲ୍ କାରଣରୁ ସେ ସଫଳତାର ଶୀର୍ଷରେ ପହଞ୍ଚି ପାରେ ନାହିଁ। ଯଦି ଆପଣ ଏମିତି କିଛି ଭୁଲ୍ କରୁଛନ୍ତି, ତେବେ ଆପଣଙ୍କ ଭାଗ୍ୟ ମଧ୍ୟ ଖରାପ ହୋଇପାରେ। ଆସନ୍ତୁ ଜାଣିବା ସେମିତି ୫ଟି ଭୁଲ୍ ବିଷୟରେ, ଯାହା ଆପଣଙ୍କ ଭାଗ୍ୟକୁ ଖରାପ କରିଥାଏ।
ବାଣୀ ସଞ୍ଜମତା ହରାଇବା: ଶାସ୍ତ୍ରରେ ବାଣୀ ଉପରେ ସଞ୍ଜମତା ଅବଲମ୍ୱନ କରିବାକୁ ବାରମ୍ୱାର କୁହାଯାଇଛି। କୁହାଯାଏ କି ଯେଉଁ ଲୋକ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖି ନ ଥାନ୍ତି, ସେମାନେ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛି ଯେ, ଯେଉଁ ବ୍ୟକ୍ତିଙ୍କର କଥା ଉପରେ ନିୟନ୍ତ୍ରଣ ନ ଥାଏ ଏବଂ କିଛି ବି କହିଥାନ୍ତି, ସେମାନଙ୍କ ଭାଗ୍ୟ ଖରାପ ହୋଇଥାଏ।
ରୁକ୍ଷ ଆଚରଣ: ଭଲ ଆଚରଣ କରିବାକୁ ଆମକୁ ପିଲାବେଳୁ ଶିଖା ଯାଇଥାଏ। ଭୁଲ୍ ଆଚରଣ ଆମ ଜୀବନ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଆଚରଣ ଖରାପ ହେଲେ ବ୍ୟକ୍ତିର ଭାଗ୍ୟ ମଧ୍ୟ ଖରାପ ହୋଇଥାଏ।
ଅନୁଚିତ୍ କର୍ମ କରିବା: କଥାରେ ଅଛି କର୍ମ ଏପରି କରିବା ଉଚିତ୍, ଯେଉଁଥିରେ ଆମର ମଙ୍ଗଳ ହେବ ଏବଂ ଅନ୍ୟମାନଙ୍କୁ କୌଣସି ଅସୁବିଧା ନ ହେବ। କିନ୍ତୁ ଯେଉଁ ଲୋକ ଏହାର ପାଳନ କରି ନ ଥାନ୍ତି, ସେମାନଙ୍କ ଭାଗ୍ୟ ଖରାପ ହୋଇଥାଏ।
ଦାୟିତ୍ୱହୀନ ହେବା: ଦାୟିତ୍ୱ ସହିତ ପ୍ରତ୍ୟେକ ମଣିଷର ଗଭୀର ସମ୍ପର୍କ ରହିଛି। ଯେଉଁ ବ୍ୟକ୍ତି ନିଜ ଦାୟିତ୍ୱରେ ଅବହେଳା କରିଥାଏ, ସେହି ବ୍ୟକ୍ତିଙ୍କର ଭାଗ୍ୟ ଖରାପ ହୋଇଥାଏ ବୋଲି ଶାସ୍ତ୍ରରେ କୁହାଯାଇଛି।
କାହାରିକୁ ସାହାଯ୍ୟ ନ କରିବା: ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ଶାସ୍ତ୍ର ଅନୁସାରେ ପୂଣ୍ୟ କାମ ବୋଲି କୁହାଯାଏ। ଯେଉଁ ବ୍ୟକ୍ତି ଅନ୍ୟକୁ ସାହାଯ୍ୟ କରି ନ ଥାନ୍ତି, ସେମାନଙ୍କର ମଧ୍ୟ ଭବିଷ୍ୟତରେ ଭାଗ୍ୟ ଖରାପ ହୋଇଥାଏ ବୋଲି ଶାସ୍ତ୍ରରେ କୁହାଯାଇଛି।
from Odisha Reporter https://ift.tt/2zU2VDt
No comments:
Post a Comment