ଆଉ ଏକ ବାତ୍ୟା ଆସୁଥିବା ଖବର ମିଛ, ଆଦୌ ବିଶ୍ୱାସ କରନ୍ତୁ ନାହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 14, 2018

ଆଉ ଏକ ବାତ୍ୟା ଆସୁଥିବା ଖବର ମିଛ, ଆଦୌ ବିଶ୍ୱାସ କରନ୍ତୁ ନାହିଁ

cyclone

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ତିତ୍‌ଲି’ ତାଣ୍ଡବ ରଚି ଚାଲି ଯାଇଛି। ଲୋକେ ସେଥିରୁ ମୁକୁଳି ନଥିବା ବେଳେ ଆଉ ଏକ ବାତ୍ୟା ଆସୁଛି ବୋଲି ପ୍ରଚାର ହେଉଛି। ଏହାକୁ ନେଇ ଲୋକେ ଆଲୋଚନା କରିବା ସହିତ ଭୟଭୀତ ହୋଇଯାଇଛନ୍ତି। ତେବେ ଏହା ସଂପୂର୍ଣ୍ଣ ଭାବେ ମିଛ ଖବର। ଏଥିରେ ଆଦୌ ସତ୍ୟତା ନାହିଁ। ଏହାକୁ ବିଶ୍ୱାସ କରନ୍ତୁ ନାହିଁ। ଏ ନେଇ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ୍ କମିଶନର୍‌ (ଏସ୍‌ଆର୍‌ସି) ମଧ୍ୟ ଟ୍ୱିଟ୍ କରିଛନ୍ତି।

ଏସ୍‌ଆର୍‌ସି ଟ୍ୱିଟର୍‌ରେ ଲେଖିଛନ୍ତି, ଆଉ ଏକ ବାତ୍ୟା ଆସୁଛି ବୋଲି କିଛି ଲୋକ ଗୁଜବ ପ୍ରଚାର କରୁଥିବା ଆମ ଦୃଷ୍ଟିକୁ ଆସିଛି। ସେମାନଙ୍କୁ ଅନୁରୋଧ କରାଯାଉଛି ଯେ ଏଭଳି ଗୁଜବ ପ୍ରଚାର କରନ୍ତୁ ନାହିଁ। ସାମାଜିକ ଭାବେ ଏପରି ବ୍ୟବହାର ଆଦୌ ଗ୍ରହଣୀୟ ନୁହେଁ। ଏହା ଏକ ଅପରାଧିକ ବ୍ୟବହାର।

ଏହା ସହିତ ଏପରି ମିଛ ଖବର ଓ ଗୁଜବ ପରେ ବିଶ୍ୱାସ ନ କରିବାକୁ ଏସ୍‌ଆର୍‌ସି ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ, ‘ତିତ୍‌ଲି’ ଯୋଗୁ ୧୧ ଜିଲ୍ଲାର ୭୬ଟି ବ୍ଳକ୍ କ୍ଷତିଗ୍ରସ୍ତ ହୋଇଛନ୍ତି। ଧନଜୀବନ ମଧ୍ୟ ଯାଇଛି।



from Odisha Reporter https://ift.tt/2NBUwIF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages