
ଭଞ୍ଜନଗର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସ୍ଥିତ ଅଡ଼ାଙ୍ଗି ନଦୀରେ ଗତକାଲି ଭାସିଯାଇ ୬ ଜଣ ନିଖୋଜ ଥିଲେ। ଆଜି ଜଣଙ୍କ ମୃତଦେହ ଏକ ବୁଦା ମୂଳରୁ ଉଦ୍ଧାର କରାଯାଇଛି। ମୃତକ ଆମ୍ୱକୋଣ ଗାଁର ବୋଲି ଜଣାପଡ଼ିଛି। ଭାସି ଯାଇଥିବା ଘର ଠାରୁ ଅଳ୍ପ ଦୂରରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି।
ତେବେ ଭାସି ଯାଇଥିବା ଅନ୍ୟ ୫ ଜଣଙ୍କ ପତ୍ତା ଏଯାଏ ମିଳି ନାହିଁ। ଗତକାଲି ବର୍ଷାରେ ନଈ ପାଣିରେ ଘର ସହ ୬ ଜଣ ଭାସି ଯାଇଥିଲେ।
ସେହିପରି ଆଜି ମଧ୍ୟ ନାଳରେ ଭାସି ଯାଇ ଫୁଲବାଣୀ ଓ ନୟାଗଡ଼ ଜିଲ୍ଲାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଫୁଲବାଣୀ ପେଞ୍ଜି ସାହି ପାହାଡ଼ିଆ ନାଳରେ ଜଣେ ଯୁବକ ଭାସିଯାଇଥିବା ଜଣାପଡ଼ିଛି। ନୟାଗଡ଼ ଜିଲ୍ଲା ଲଣ୍ଡାପାଦୁ ଗାଁରେ ଜଣେ ଯୁବକ ନଦୀରେ ଭାସି ଯାଇଥିବା ସୂଚନା ମିଳିଛି।
ମାଲକାନଗିରି ମାଥିଲି ବ୍ଲକ୍ ଖଇରାପଲ୍ଲୀ ଗାଁରେ ଖେଳୁଥିବା ବେଳେ ପୋଖରୀରେ ବୁଡ଼ି ୨ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ଉଭୟଙ୍କ ବୟସ ୨ ବର୍ଷ। ଉଭୟ ସଂପର୍କୀୟ ଭଉଣୀ ହୋଇଥିବା ଜଣାପଡ଼ିଛି।
from Odisha Reporter https://ift.tt/2OWaeTw
No comments:
Post a Comment