ବଜାରରୁ ଆଳୁ, ପିଆଜ ଗାଏବ: ମନ୍ତ୍ରୀ କହିଲେ ଚିନ୍ତା କରନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 10, 2018

ବଜାରରୁ ଆଳୁ, ପିଆଜ ଗାଏବ: ମନ୍ତ୍ରୀ କହିଲେ ଚିନ୍ତା କରନି

surys

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ତିତ୍‌ଲି ଭୟଙ୍କର ରୂପ ନେଉଥିବା ଜଣାପଡ଼ିବା ପରେ ବଜାରରେ ଭିଡ ଦେଖିବାକୁ ମିଳୁଛି। ଲୋକେ ଖାଦ୍ୟ ସାମଗ୍ରୀ କିଣି ଘରେ ମହଜୁଦ ରଖିବାକୁ ପ୍ରୟାସ କରୁଛନ୍ତି।

ମିଳିଥିବା ରିପୋର୍ଟ ଅନୁସାରେ କିଛି ସ୍ଥାନରେ ଆଳୁ ଓ ପିଆଜ ପରି ସାମଗ୍ରୀ ଆଉ ବଜାରରେ ମିଳୁ ନଥିବା ଅଭିଯୋଗ ହେଉଛି।

ସେହିପରି ବିଭିନ୍ନ ସ୍ଥାନରେ କିଛି ଅସାଧୁ ବ୍ୟବସାୟୀ ବିଭିନ୍ନ ସାମଗ୍ରୀର ମୂଲ୍ୟ ଅଧିକା ନେଉଥିବା ମଧ୍ୟ ଅଭିଯୋଗ ହେଉଛି।

ତେବେ ଜିନିଷପତ୍ରର ଦର ବୃଦ୍ଧିକୁ ନେଇ ଖାଉଟିଙ୍କୁ ଚିନ୍ତା କରିବାର କିଛି ନାହିଁ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି।

ସେ କହିଛନ୍ତି, “ଖାଦ୍ୟ ସାମଗ୍ରୀ ନେଇ ଖାଉଟିମାନେ ଭୟଭୀତ ହୁଅନ୍ତୁ ନାହିଁ। ପର୍ଯ୍ୟାନ୍ତ ପରିମାଣରେ ଖାଦ୍ୟ ସାମଗ୍ରୀ ମହଜୁଦ ଅଛି। କୌଣସି ସ୍ଥାନରେ କଳାବଜାରୀ ଖବର ମିଳିଲେ ପଦକ୍ଷେପ ନିଆଯିବ। ଚଢ଼ା ଦରରେ କେହି ସାମଗ୍ରୀ ବିକିଲେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।”



from Odisha Reporter https://ift.tt/2OeVO1f

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages