
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବତ୍ୟା ‘ତିତ୍ଲି’ ଭୟଙ୍କର ରୂପ ନେଉଛି। ଏହାର ପ୍ରଭାବରେ ଆଜି ଅପରାହ୍ନରୁ ପବନ ଆରମ୍ଭ ହୋଇଯିବ। ବର୍ଷା ତ ଆରମ୍ଭ ହୋଇସାରିଛି। ଆସନ୍ତାକାଲି ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ହେବ। କିଛି ସ୍ଥାନରେ ବନ୍ୟା ଆଶଙ୍କା ମଧ୍ୟ ରହିଛି।
ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି କଲେଜଗୁଡ଼ିକରେ ଅନୁଷ୍ଠିତ ହେବାକୁ ଥିବା ଛାତ ସଂସଦ ନିର୍ବାଚନକୁ ବନ୍ଦ କରାଯାଇଛି। ଏହାକୁ ନେଇ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ହୋଇଛି।
ଏହା ପୂର୍ବରୁ ଏସ୍ଆର୍ସି ବିଷ୍ଣୁପଦ ସେଠୀ କହିଥିଲେ ଯେ କେବଳ ତିତ୍ଲି ପ୍ରଭାବିତ ଅଞ୍ଚଳରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ହୋଇପାରେ।
from Odisha Reporter https://ift.tt/2NwT0Yc
No comments:
Post a Comment