ମୁଁ ତ ହଜମ କରିପାରୁନି: ହରଭଜନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 1, 2018

ମୁଁ ତ ହଜମ କରିପାରୁନି: ହରଭଜନ

harbhajan

ନୂଆଦିଲ୍ଲୀ: ଅକ୍ଟୋବର ୪ରୁ ଆରମ୍ଭ ହେବାକୁ ଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ୍‌ ସିରିଜ୍‌ ପାଇଁ ଭାରତୀୟ ଦଳ ଘୋଷଣା ହୋଇସାରିଛି। ଏଥିରେ ରୋହିତ ଶର୍ମାଙ୍କୁ ସାମିଲ କରାଯାଇ ନାହିଁ। ଏହାକୁ ନେଇ ତାଙ୍କ ଫ୍ୟାନ୍‌ମାନେ ଅସନ୍ତୁଷ୍ଟ ଥିବା ବେଳେ ହରଭଜନ ସିଂହ ମଧ୍ୟ ଏହାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।

ହରଭଜନ ଟ୍ୱିଟ୍ କରି କହିଛନ୍ତି, ପ୍ରକୃତରେ ଚୟନକର୍ତ୍ତାମାନେ କ’ଣ ଭାବୁଛନ୍ତି? କାହାର ଏ ବିଷୟରେ ଧାରଣା ଅଛି? ଯଦି ଅଛି, ତା’ହେଲେ ଦୟାକରି ମତେ କୁହନ୍ତୁ। ମୁଁ ଏହାକୁ ହଜମ କରିପାରୁ ନାହିଁ।

ରୋହିତଙ୍କୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ବେଳେ ମଧ୍ୟ ଟିମ୍‌ରେ ନିଆଯାଇ ନଥିଲା। ଏହାକୁ ନେଇ ସେ ଅସନ୍ତୁଷ୍ଟ ହୋଇଥିଲେ।
ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ୍‌ ସିରିଜ୍‌ ପାଇଁ ଟିମ୍‌ରେ ଶିଖର ଧୱନଙ୍କୁ ମଧ୍ୟ ନିଆଯାଇ ନାହିଁ। ସେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜିରେ ଲଗାତାର ବିଫଳ ହୋଇଥିଲେ।

ଭୁବନେଶ୍ୱର କୁମାର ଓ ଯଶପ୍ରୀତ୍‌ ବୁମ୍ରାକୁ ବିଶ୍ରାମ ଦେବାକୁ କମିଟି ନିଷ୍ପତ୍ତି ନେଇଥିବା ବେଳେ ନୂଆ ମୁହଁ ଭାବେ ମୟଙ୍କ ଅଗ୍ରୱାଲଙ୍କୁ ସୁଯୋଗ ମିଳିଛି। ୟଙ୍ଗଷ୍ଟର ପୃଥ୍ୱୀ ଶ’ଙ୍କୁ ମଧ୍ୟ ୧୫ ଜଣିଆ ସ୍କ୍ୱାଡ୍‌ରେ ସାମିଲ କରାଯାଇଛି।

m3ଇଂଲଣ୍ଡ ବିପକ୍ଷ ଅନ୍ତିମ ଦୁଇଟି ଟେଷ୍ଟ୍‌ରୁ ବାଦ୍‌ ପଡ଼ିଥିବା ମୁରଲୀ ବିଜୟଙ୍କ ନାଁକୁ ମଧ୍ୟ କମିଟି ବିଚାରକୁ ନେଇନାହିଁ। ସେହିପରି କରୁଣ ନାୟର ଓ ଦୀନେଶ କାର୍ତ୍ତିକଙ୍କୁ ଟିମ୍‌ ଇଣ୍ଡିଆ ସ୍କ୍ୱାଡ୍‌ରୁ ବାଦ୍‌ ଦିଆଯାଇଛି। ଏହାର ଅର୍ଥ ସ୍କ୍ୱାଡ୍‌ରେ ଋଷଭ ପନ୍ତ ହିଁ ଏକମାତ୍ର ୱିକେଟ୍‌ କିପର୍‌ ଭାବେ ନିଜର ସ୍ଥାନ ବଜାୟ ରଖିଛନ୍ତି। ସେହିପରି ନବାଗତ ହନୁମା ବିହାରୀଙ୍କ ଉପରେ ଚୟନକର୍ତ୍ତା କମିଟି ପୁଣି ଭରସା ସ୍ଥାପନ କରିଛି। ଆହତ ସମସ୍ୟାରୁ ମୁକୁଳି ନଥିବା ଇଶାନ୍ତ ଶର୍ମା ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମଧ୍ୟ ସ୍କ୍ୱାଡ୍‌ରେ ସାମିଲ କରାଯାଇ ନାହିଁ।

ଅକ୍ଟୋବର ୪ରେ ପ୍ରଥମ ଟେଷ୍ଟ ରାଜକୋଟ୍‌ରେ ହେବାକୁ ଥିବା ବେଳେ ୧୨ ତାରିଖରୁ ହାଇଦ୍ରାବାଦ୍‌ରେ ଦ୍ୱିତୀୟ ଟେଷ୍ଟ୍‌ ଆରମ୍ଭ ହେବ।
ଭାରତ ଗସ୍ତରେ ଥିବା ୱେଷ୍ଟଇଣ୍ତିଜ୍‌ ୨ଟି ଟେଷ୍ଟ୍‌ ବ୍ୟତୀତ, ୩ଟି ଟି-୨୦ ଓ ୫ଟି ଦିନିକିଆ ମ୍ୟାଚ୍‌ ମଧ୍ୟ ଖେଳିବ।

ବିରାଟ କୋହଲି ଦଳର ନେତୃତ୍ୱ ନେବେ। ଏସିଆ କପ୍‌ରେ ସେ ବିଶ୍ରାମ ନେଇଥିଲେ। ଏଥିରେ ରୋହିତ ନେତୃତ୍ୱ ନେଇଥିଲେ ଓ ଦଳକୁ ଚାମ୍ପିଅନ୍ କରାଇଥିଲେ।



from Odisha Reporter https://ift.tt/2DHoStu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages