ରାଜସ୍ଥାନରେ ‘ଜିକା’ ଭାଇରସ୍‌: ୨୨  ସଂକ୍ରମିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 9, 2018

ରାଜସ୍ଥାନରେ ‘ଜିକା’ ଭାଇରସ୍‌: ୨୨  ସଂକ୍ରମିତ

ନୂଆଦିଲ୍ଲୀ: ରାଜସ୍ଥାନ ଜୟପୁରରେ ‘ଜିକା’ ଭାଇରସ୍‌ରେ ୨୨ ଜଣ ସଂକ୍ରମିତ ହେବା ପରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିଦ ହଜି ଯାଇଛି। ଏନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମ୍‌ଓ) ପକ୍ଷରୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ରିପୋର୍ଟ ମଗାଯାଇଛି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ରାଜସ୍ଥାନରେ ‘ଜିକା’ ଭାଇରସ୍‌ରେ ସଂକ୍ରମିତ ହୋଇଥିବା ଜଣେ ବ୍ୟକ୍ତିଙ୍କ ଘର ବିହାରରେ ବୋଲି ଜଣାପଡ଼ିଛି। ଏହି ବ୍ୟକ୍ତି କିଛିଦିନ ପୂର୍ବରୁ ବିହାରର ସୀବାନରୁ ରାଜସ୍ଥାନ ଫେରିଛନ୍ତି। ଏହା ଜଣାପଡ଼ିବା ପରେ ବିହାର ସରକାରଙ୍କ ଚିନ୍ତା ବଢ଼ିଯାଇଛି। ସରକାର ସମସ୍ତ ୩୮ଟି ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗକୁ ନିଜ ଅଞ୍ଚଳ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।”

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି,“ ପିଏମ୍‌ଓ କାର୍ଯ୍ୟାଳୟ ପକ୍ଷରୁ ଜୟପୁରରେ ଜିକା ଭାଇରସ୍‌କୁ ନେଇ ରିପୋର୍ଟ ମାଗାଯାଇଛି। ଏଥିସହ ରାଷ୍ଟ୍ରୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନ୍‌ସିଡିସି)ରେ ଏକ ନିୟନ୍ତ୍ରଣ କକ୍ଷ ପ୍ରସ୍ତୁତ କରିଛି।”

zikaସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି,“ରାଜସ୍ଥାନରରେ ‘ଜିକା’ ଭାଇରସ୍‌ ସଂକ୍ରମିଣରେ ୨୨ଟି ମାମଲା ସାମ୍ନାକୁ ଆସିଛି। ସଂକ୍ରମିତ ସମସ୍ତ ବ୍ୟକ୍ତି ଜୟପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି। ଏଥିସହ ସେଠାକାର ମଶାର ନମୂନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଉଛି। ଗର୍ଭବତୀ ମହିଳାଙ୍କୁ ଅଧିକ ସଚେତନ କରାଯାଉଛି, କାରଣ ସେମାନଙ୍କୁ ଏହି ଭାଇସ୍ ସଂକ୍ରମିତ ହେବାର ଅଧିକ ସମ୍ଭାବନା ରହିଛି।”

ସୂଚନାଯୋଗ୍ୟ, ‘ଜିକା’ ଭାଇରସ୍‌ ୮୬ଟି ଦେଶରେ ଚିହ୍ନଟ କରାଯାଇଛି। ୨୦୧୭ ମସିହା ଜାନୁଆରୀ କିମ୍ୱା ଫେବୃଆରୀରେ ଭାରତରେ ପ୍ରଥମ ଥର ପାଇଁ ଏହି ଭାଇରସ୍‌ ଅହମ୍ମଦାବାଦ ଦେଖିବାକୁ ମିଳିଥିଲା। ଏହାପରେ ତାମିଲନାଡୁରେ ଏହି ଭାଇରସ୍ ଚିହ୍ନଟ କରାଯାଇଥିଲା। ଏହି ସମୟରେ ଏହାକୁ ନିୟନ୍ତ୍ରଣ କରାଯାଇଥିଲା।

ଦିଲ୍ଲୀରେ ଜିକା ଭାଇରସ୍ ସଂକ୍ରମଣର ହେବାର ବିପଦ ଅଧିକ ରହିଛି।



from Odisha Reporter https://ift.tt/2PvcXQM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages