ପୋଷ୍ଟମର୍ଟମ୍‌ ଗୃହରେ ଝଡ଼ାଫୁଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 4, 2018

ପୋଷ୍ଟମର୍ଟମ୍‌ ଗୃହରେ ଝଡ଼ାଫୁଙ୍କା

court1

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ପୁଣି ଅନ୍ଧବିଶ୍ୱାସର ନଗ୍ନ ଚିତ୍ର ଦେଖିବାକୁ ମିଳିଛି। ମୃତକଙ୍କୁ ବଞ୍ଚାଇବା ପାଇଁ ପରିବାର ଲୋକେ ଝଡ଼ାଫୁଙ୍କାର ସାହାଯ୍ୟ ନେଇଛନ୍ତି। ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ସରକାରୀ ମେଡିକାଲ୍‌ କଲେଜ୍ ହସ୍ପିଟାଲରେ।

ସୂଚନା ଅନୁସାରେ, ଗତ ୨ ତାରିଖରେ ସିନ୍ଧେକାଲା ଥାନା ଅନ୍ତର୍ଗତ ଦିଗସିରା ଗାଁର ମଧୁ ପୟାସିଂହ (୧୫) ଙ୍କୁ ସାପ କାମୁଡ଼ି ଦେଇଥିଲା। ତାଙ୍କୁ ପ୍ରଥମେ ଟିଟିଲାଗଡ଼ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଏହା ପରେ ତାଙ୍କୁ ବଲାଙ୍ଗିର ଜିଲ୍ଲା ସରକାରୀ ମେଡିକାଲ୍‌ କଲେଜ୍ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା।

ଗତକାଲି ଦିନ ୧୨ଟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଡାକ୍ତର ମୃତ ଘୋଷଣା କରିବା ପରେ ମଧ୍ୟ ମଧୁଙ୍କ ପରିବାର ଲୋକଙ୍କ ମନ ମାନି ନଥିଲା। ସେମାନେ କଳାହାଣ୍ଡି ଜିଲ୍ଲାରୁ ଜଣେ ଗୁଣିଆକୁ ଡାକି ଥିଲେ।

ଗତକାଲି ସନ୍ଧ୍ୟାରେ ମେଡିକାଲର ଶବ ବ୍ୟବଚ୍ଛେଦ ଗୃହରେ ଗୁଣିଆ ମୃତ ଶରୀରକୁ ଝଡ଼ାଫୁଙ୍କା କରୁଥିବା ଦେଖିବାକୁ ମିଳିଥିଲା।



from Odisha Reporter https://ift.tt/2DXaIol

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages