ଅଙ୍ଗରକ୍ଷୀଙ୍କ ଗୁଳିରେ ଚାଲିଗଲା ବିଚାରପତିଙ୍କ ପତ୍ନୀଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 13, 2018

ଅଙ୍ଗରକ୍ଷୀଙ୍କ ଗୁଳିରେ ଚାଲିଗଲା ବିଚାରପତିଙ୍କ ପତ୍ନୀଙ୍କ ଜୀବନ

guard

ନୂଆଦିଲ୍ଲୀ: ହରିୟାଣାର ଗୁରୁଗ୍ରାମରେ ଗତକାଲି ଜଣେ ବିଚାରପତିଙ୍କ ପତ୍ନୀ ଓ ପୁଅଙ୍କୁ ତାଙ୍କ ଅଙ୍ଗରକ୍ଷୀ ଗୁଳି କରିଥିଲେ। ଏହି ଘଟଣାରେ ଆଜି ସକାଳେ ବିଚାପତିଙ୍କ ପତ୍ନୀଙ୍କର ମୃତ୍ୟୁ ଘଟିଛି। ତାଙ୍କ ପୁଅ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି।

ଶନିବାର ଅପରାହ୍ନ ପ୍ରାୟ ସାଢ଼େ ୩ଟା ବେଳେ ଗୁରୁଗ୍ରାମର ସେକ୍ଟର ୪୯ର ଆର୍କାଡିଆ ମାର୍କେଟ୍‌ରେ ଏହି ଘଟଣା ଘଟିଥିଲା।

ଗୁରୁଗ୍ରାମ୍‌ର ଅତିରିକ୍ତ ସେସନ୍ସ ଜଜ୍‌ କ୍ରିଶନ୍‌ କାନ୍ତ ଶର୍ମାଙ୍କ ପତ୍ନୀ ରିତୁ (୩୮) ଓ ପୁଅ ଧ୍ରୁବ (୧୮) କିଣାକିଣି କରିବାକୁ ସେଠାକୁ ଯାଇଥିଲେ। ସେମାନେ ମାର୍କେଟ୍‌ରେ ୩ଟା ବେଳେ ପହଞ୍ଚିଥିଲେ। କିଣାକିଣି ସାରିବା ପରେ ସାଢ଼େ ୩ଟା ବେଳେ ଅଙ୍ଗରକ୍ଷୀ ମହିପାଲ ସିଂହ (୩୨)ଙ୍କୁ କାର୍ ଆଣିବାକୁ କହିଥିଲେ। ତେବେ ଯେତେବେଳେ ମହିପାଲ କାର୍ ନେଇ ସେଠାରେ ପହଞ୍ଚିଲେ ବିଚାରପତିଙ୍କ ପତ୍ନୀଙ୍କ ସହିତ ତାଙ୍କ ଯୁକ୍ତିତର୍କ ହୋଇଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।

ଏହା ପରେ ମହିପାଲ୍ ତାଙ୍କ ରିଭଲଭର କାଢ଼ି ରିତୁଙ୍କ ଉପରକୁ ଦୁଇ ଥର ଗୁଳି ଚଳାଇଥିଲେ। ଧ୍ରୁବ ବାଧା ଦେବାରୁ ତାଙ୍କୁ ମଧ୍ୟ ମହିପାଲ ଗୁଳି ମାରିଥିଲେ। ଧ୍ରୁବଙ୍କ ଉପରେ ସେ ତିନିଟି ଗୁଳି ଚଳାଇଥିଲେ। ସେ ରିତୁଙ୍କୁ ଗୋଇଠା ମାରିବା ସହିତ ଅଶ୍ଳୀଳ ଭାଷାରେ ଗାଳି କରିଥିଲେ ଓ କାର୍ ନେଇ ପଳାଇଥିଲେ।

କିଛି ସମୟ ପରେ ମହିପାଲ୍ ପୁଣି ଫେରିଥିଲେ ଓ ଆହତ ଧ୍ରୁବକୁ କାର୍ ଭିତରୁ ଘୋଷାଡ଼ି ନେବାକୁ ଚେଷ୍ଟା କରିଥିଲେ। ତେବେ ଏଥିରେ ବିଫଳ ହେବା ପରେ ପୁଣି କାର୍ ନେଇ ପଳାଇଥିଲେ। କେହି ମହିପାଲଙ୍କୁ ବାଧା ଦେଇ ନଥିଲେ। ଓଲଟି ଛିଡ଼ା ହୋଇ ଭିଡିଓ ସୁଟ୍ କରୁଥିଲେ।

ସେଠାରୁ ପଳାଉଥିବା ବେଳେ ସେ ବିଚାରପତି କ୍ରିଶନ୍‌ କାନ୍ତ ଶର୍ମାଙ୍କୁ ଫୋନ୍ କରି ତୁମ ପତ୍ନୀ ଓ ପୁଅଙ୍କୁ ଗୁଳି କରି ଦେଇଛି ବୋଲି କହିଥିଲେ।

ଏହା ପରେ ସେ ଏକ ଥାନା ପାଖରେ ପହଞ୍ଚିଥିଲେ ଓ ସେଠାରେ ଫାଙ୍କା ଗୁଳି ଚାଳନା କରିଥିଲେ। ଥାନା ଅଧିକାରୀ ତାଙ୍କୁ ଧରିବାକୁ ଉଦ୍ୟମ କରିଥିଲେ। ତେବେ ବିଫଳ ହୋଇଥିଲେ। ମହିପାଲ ସେଠାରୁ ଫେରାର ହୋଇଯାଇଥିଲେ। ପରେ ତାଙ୍କୁ ଫରିଦାବାଦରୁ ଗିରଫ କରାଯାଇଥିଲା।

କାହିଁକି ମାରିଲେ ଗୁଳି?
ମିଳିଥିବା ସୂଚନା ଅନୁଯାୟୀ, ମହିପାଲ୍ ଦୁଇ ବର୍ଷ ହେଲା ବିଚାରପତି କ୍ରିଶନ୍‌ କାନ୍ତ ଶର୍ମାଙ୍କ ଅଙ୍ଗରକ୍ଷୀ ଭାବେ ନିଯୁକ୍ତି ପାଇଥିଲେ। ଗତ ଆଠ ମାସ ତଳେ ସେ ଧର୍ମ ପରିବର୍ତ୍ତନ କରିଥିଲେ। କୁହାଯାଉଛି ଏ ଧର୍ମ ପରିବର୍ତ୍ତନକୁ ନେଇ ଜଜ୍‌ଙ୍କ ପତ୍ନୀ ରିତୁଙ୍କ ସହିତ ମହିପାଲଙ୍କ ଯୁକ୍ତିତର୍କ ହେଉଥିଲା। ମହିପାଲଙ୍କ ଧର୍ମ ପରିବର୍ତ୍ତନ କଥାକୁ ନେଇ ରିତୁ କୁଆଡ଼େ ଭାରି ଅସନ୍ତୋଷ ଥିଲେ।

ଏସ୍‌ଆଇଟି ଗଠିତ
ଏ ଘଟଣାର ତଦନ୍ତ ପାଇଁ ହରିୟାଣା ପୁଲିସ୍ ଏକ ଏସ୍‌ଆଇଟି ଗଠନ କରିଛି। ଜଣେ ଡିସିପିଙ୍କ ନେତୃତ୍ୱରେ ଏହି ଏସ୍‌ଆଇଟି ଗଠନ କରାଯାଇଛି। ଏଥିରେ ଦୁଇ ଜଣ ଏସିପି ଓ ୪ ଜଣ ଇନ୍ସପେକ୍ଟର ରହିଛନ୍ତି।



from Odisha Reporter https://ift.tt/2P1Ld9s

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages