
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପୂର୍ବରୁ ୮ ଆଇଏଏସଙ୍କୁ ନୂଆ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ରାଜନୀତିକ ଦୃଷ୍ଟିରୁ ବିଜେଡି ସରକାର ପାଇଁ ସମ୍ବେଦନଶୀଳ କୋରାପୁଟ, ମୟୂରଭଞ୍ଜ, ବାଲେଶ୍ୱର, ବଲାଙ୍ଗୀର ଓ ରାୟଗଡ଼ା ଜିଲ୍ଲାରେ ୨୦୧୫ ଓ ୨୦୧୬ ବ୍ୟାଚର ଏହି ଆଇଏଏସଙ୍କୁ ନିଯୁକ୍ତି ମିଳିଛି। ଅଲ୍ ଇଣ୍ଡିଆ ସର୍ଭିସ ଟ୍ରେନିଂ ସମାପ୍ତ କରିବା ପରେ ଏହି ଅଫିସରମାନଙ୍କୁ ନିଯୁକ୍ତି ମିଳିଛି।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ୨୦୧୫ ବ୍ୟାଚ୍ ଆଇଏଏସ ଆବୋଲି ସୁନୀଲ ନରଭାଣେଙ୍କୁ ମୟୂରଭଞ୍ଜ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି। ସେ ମୟୂରଭଞ୍ଜ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ତୁଲାଇବେ।ସେହିପରି ଆଇଏଏସ ଅବଦଲ ଅଖତରଙ୍କୁ କୋରାପୁଟ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ଆଇଏଏସ ଏସ୍ . କ୍ରିଷ୍ଣନ କେପିଙ୍କୁ ପାଟଣାଗଡ଼ ଉପଜିଲ୍ଲାପାଳ, ଅମ୍ରିତ ରୁତୁରାଜଙ୍କୁ ରାୟଗଡ଼ା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି।
ସେହିପରି ୨୦୧୬ ବ୍ୟାଚ ଆଇଏଏସ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ବାରିପଦା ଉପଜିଲ୍ଲାପାଳ, ଆଇଏଏସ ବିଶାଳ ସିଂହଙ୍କୁ ନୀଳଗିରି ଉପଜିଲ୍ଲାପାଳ, ଆଇଏଏସ ବିଏସ୍ ବଲିରାମଙ୍କୁ ଗୁଣୁପୁର ଉପଜିଲ୍ଲାପାଳ ଓ ଆଇଏଏସ ଶିନ୍ଦେ ଦତାତ୍ରେୟ ଭାଉସାହେବଙ୍କୁ ବାଲିଗୁଡ଼ା ଉପଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି।
from Odisha Reporter https://ift.tt/2OIA1PJ
No comments:
Post a Comment