
ନୀଳଗିରି (ବିଶ୍ୱମ୍ବର ଦାସ): ଗାଁକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଆସିପାରିଲା ନାହିଁ। ଫଳରେ ଜଣେ ରୋଗୀଙ୍କୁ ଖଟରେ ଦୁଇ କିଲୋମିଟର ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବାକୁ ପଡ଼ିଛି। ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରିର ଗୁଡ଼ିଖୁଳା ଗାଁରେ।
ଗତକାଲି ଗୁଡ଼ିଖୁଳା ଗାଁର ବସନ୍ତ ବିନ୍ଧାଣୀ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ। ଲୋକେ ଆମ୍ବୁଲାନ୍ସକୁ ଡାକିଥିଲେ। କିନ୍ତୁ ଗାଁକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ପହଞ୍ଚିବା ସମ୍ଭବ ହୋଇ ନ ଥିଲା। ଶେଷରେ ଗାଁ ଲୋକେ ଦୁଇ କିଲୋମିଟର ବାଟ ଖଟରେ ବୋହି ବସନ୍ତଙ୍କୁ ଆମ୍ବୁଲାନ୍ସ ପାଖକୁ ନେଇଥିଲେ।
from Odisha Reporter https://ift.tt/2zUU6Jz
No comments:
Post a Comment