ଏବେ ହ୍ୱାଟ୍ସଆପ୍‌ରେ କରିପାରିବେ ଫେସ୍‌ବୁକ୍‌ ଆକାଉଣ୍ଟ ରିକଭର୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 3, 2018

ଏବେ ହ୍ୱାଟ୍ସଆପ୍‌ରେ କରିପାରିବେ ଫେସ୍‌ବୁକ୍‌ ଆକାଉଣ୍ଟ ରିକଭର୍

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ସୋଶାଲ ମିଡିଆ ପ୍ଲାଟଫର୍ମ୍ ଫେସବୁକ୍‌ର ଡାଟା ବ୍ରିଚ୍‌କୁ ନେଇ ପୁଣି ପ୍ରଶ୍ନ ଉଠିଛି। ଶେଷ ଖବର ସୁଦ୍ଧା ୫ କୋଟି ୟୁଜରଙ୍କ ଆକାଉଣ୍ଟ ହ୍ୟାକ୍‌ ହୋଇସାରିଲାଣି। ଉଲ୍ଲେଖନୀୟ ବିଷୟ ହେଉଛି ଫେସବୁକ୍‌ ପକ୍ଷରୁ ଏହାକୁ ସ୍ୱୀକାର କରାଯିବା ସହିତ ଗମ୍ଭୀର ଭାବେ ନିଆଯାଇଥିବା ଜଣାଯାଇଛି। ଏହାର ମୁକାବିଲା ପାଇଁ କମ୍ପାନୀ ଅନେକ ନୂଆ ନୂଆ ଉପାୟ ଆଣିବାରେ ମଧ୍ୟ ଲାଗିଛି। ଆଗକୁ ଫେସବୁକ୍‌ ୟୁଜରଙ୍କୁ ନିଜ ଆକାଉଣ୍ଟକୁ ହ୍ୱାଟ୍ସଆପ୍‌ ଜରିଆରେ ରିକଭର୍‌ କରିବାର ଅପସନ୍‌ ଦିଆଯିବ।

ବର୍ତ୍ତମାନ ହ୍ୱାଟ୍ସଆପ୍‌ ମଧ୍ୟ ଫେସବୁକ୍‌ କମ୍ପାନୀର ମାଲିକାନାରେ ଅଛି । ବୋଧହୁଏ କମ୍ପାନୀ ଫେସବୁକ୍‌ ଆକାଉଣ୍ଟର ସୁରକ୍ଷାକୁ କଡ଼ାକଡ଼ି କରିବା ଲାଗି ଏପରି ବ୍ୟବସ୍ଥା ଆଣିପାରେ। ଫେସ୍‌ବୁକ୍‌ ହ୍ୱାଟ୍ସଆପ୍‌କୁ ଅଧିଗ୍ରହଣ ପରେ କମ୍ପାନୀ ପୂର୍ବରୁ ମଧ୍ୟ ଏଥିରେ ଅନେକ ପରିବର୍ତ୍ତନ ଆଣିଥିବାବେଳେ ଏହାକୁ ଫେସ୍‌ବୁକ୍‌ ସହିତ ଯୋଡ଼ିବା ତଥ୍ୟ ସୁରକ୍ଷା କ୍ଷେତ୍ରରେ ଅଭିନବ ଉଦ୍ୟମ ହେବ ବୋଲି ଆଶା କରାଯାଉଛି।

ଉଲ୍ଲେଖଯୋଗ୍ୟ, ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ୱାଟ୍ସଆପ୍‌ରେ କିଛି ନୂଆ ଫିଚର ଆସିବାକୁ ଯାଉଛି। ଏଥିମଧ୍ୟରୁ ଗୋଟିଏ ହେଉଛି ଡାର୍କ ମୋଡ୍‌। ଏହି ଫିଚର ପାଇଁ ୟୁଜର ଅନେକ ପୂର୍ବରୁ ଦାବି କରିଆସୁଥିଲେ। ସୂଚନା ଅନୁଯାୟୀ କମ୍ପାନୀ ଡାର୍କ ମୋଡ୍‌ ଉପରେ କାମ କରୁଛି। ବହୁତ ଶୀଘ୍ର କମ୍ପାନୀ ଏହାର ଅପଡେଟ୍‌ ଆଣିବ। ପୂର୍ବରୁ ଟ୍ୱିଟର୍ ଓ ୟୁଟ୍ୟୁବ୍‌ରେ ଡାର୍କ ମୋଡ୍‌ ପୂର୍ବରୁ ହିଁ ଦିଆଯାଇଛି। ଡାର୍କ ମୋଡ୍‌ର ଅନ୍ୟନାମ ନାଇଟ୍‌ ମୋଡ୍‌, ଯାହାକି ବ୍ୟାଟେରୀ ଖର୍ଚ୍ଚ କମାଇବା ସହିତ ଅନ୍ଧାରରେ ଆପ୍‌ ବ୍ୟବହାର ସହଜ କରି ଆଖିକୁ କମ୍‌ ଚାପ ପକାଇଥାଏ। 

ସୂଚନା ଅନୁଯାୟୀ ହ୍ୱାଟ୍ସଆପ୍‌ ନୂଆ ଅପଡେଟ୍‌ ଉପରେ କାମ କରୁଛି, ଯାହାପରେ ସ୍ୱାଇପ୍‌ ଟୁ ରିପ୍ଲାଇର ଫିଚର ମଧ୍ୟ ଆସିବ। ଏହି ଫିଚର ପୂର୍ବରୁ iOSରେ ବା ଆଇଫୋନ୍‌ରେ ଦିଆସରିଛି। ହେଲେ ଆଣ୍ଡ୍ରଏଡ୍‌ ୟୁଜରଙ୍କ ପାଇଁ ଏହା ନୂଆ ଫିଚର ହେବ। ଏହି ଫିଚର ଦ୍ୱାରା ଆପଣ ରାଇଟ୍‌କୁ ସ୍ୱାଇପ କରି ମେସେଜ୍‌ର ରିପ୍ଲାଇ ଦେଇପାରିବେ। ଡାର୍କମୋଡ୍‌ରେ ବ୍ୟାକ୍‌ଗ୍ରାଉଣ୍ଡ ବ୍ଲାକ୍‌ ରହିବ ଓ ଟେକ୍ସଟ୍ ଗୁଡ଼ିକର ରଙ୍ଗରେ ପରିବର୍ତ୍ତନ ଦେଖାଯିବ।



from Odisha Reporter https://ift.tt/2IyTyfo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages