ଡ୍ରାଇଭର୍ ସିଟ୍‌ରେ କୁକୁର ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 1, 2018

ଡ୍ରାଇଭର୍ ସିଟ୍‌ରେ କୁକୁର !

56666

ନୂଆଦିଲ୍ଲୀ: କୁକୁରଠାରୁ ଆଉ ବିଶ୍ୱସ୍ତ ପ୍ରାଣୀ କିଏ ଅଛି? ସେଥିପାଇଁ ତାକୁ ମଣିଷ ଘରେ ପାଳିଥାଏ। ସେ ମଧ୍ୟ ମାଲିକର ସବୁ କାମ କରିଥାଏ। ସମୟ ଆସିଲେ ନିଜ ଜୀବନ ଦେଇ ମାଲିକର ଜୀବନ ମଧ୍ୟ ବଞ୍ଚାଇଥାଏ। ଅଫିସ, ମଲ୍, ଷ୍ଟେସନ ଓ ବଜାରରେ କୁକୁରଙ୍କୁ କାମରେ ଲଗା ଯାଇଥାଏ।

କିନ୍ତୁ କେବେ କୁକୁର କାର୍‌ ଚଲାଇବାର ଶୁଣିଛନ୍ତି କି? କଥାଟା କାନକୁ ଶୁଣିବାକୁ ଅଡ଼ୁଆ ଲାଗୁଥିଲେ ମଧ୍ୟ ସତ। କିଛି ଦିନ ହେବ ସୋଶାଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଗୋଟିଏ କୁକୁର କାର୍‌ ଚଲାଉଥିବା ଦେଖିବାକୁ ମିଳୁଛି। ଏହି ଘଟଣା ଘଟିଛି ମେଘାଳୟର ଶିଲଂରେ। ଭିଡିଓଟି ୧ ମିନିଟ୍ ୧୧ ସେକେଣ୍ଡର। ଏହି ଭିଡିଓଟି The Shillong Gag ନାମକ ଫେସବୁକ୍‌ ପେଜରେ ଅପଲୋଡ୍‌ କରାଯାଇଛି।

ଭାଇରାଲ ହୋଇଥିବା ଭିଡିଓ ଅନୁସାରେ ଗତ ଶୁକ୍ରବାର ଶିଲଂରେ ଗୋଟିଏ କୁକୁର ଡ୍ରାଇଭର୍ ସିଟ୍‌ରେ ବସି ମାରୁତି କାର୍‌ ଚଲାଉଥିଲା। ଗହଳି ଟ୍ରାଫିକ ମଧ୍ୟରେ କୁକୁଟି ଗାଡ଼ି ଚଲାଇବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଏହି ଭିଡିଓ ଭାଇରାଲ ହେବା ପରେ ପୁଲିସ୍‌ ମାଲିକ ଉପରେ କାର୍ଯ୍ୟାନୁଷ୍ଠାନ ନେଇଥିଲା। ମାଲିକଙ୍କୁ ୧୦୦୦ ଟଙ୍କା ଜରିମାନା କରିଥିଲା।

ଏହି ଭିଡିଓଟି ୨୪ ହଜାର ଲୋକ ଦେଖିଥିବା ବେଳେ ୭୦୦ରୁ ଅଧିକ ଲୋକ ଶେୟାର୍ କରିଛନ୍ତି।

Tobu the Dog

Thug life Level in Shillong!

The Shillong Gag यांनी वर पोस्ट केले गुरुवार, २७ सप्टेंबर, २०१८



from Odisha Reporter https://ift.tt/2NcDIb2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages