ବିଶ୍ୱର ସର୍ବୋଚ୍ଚ ପ୍ରତିମା ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ ଲୋକାର୍ପିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 30, 2018

ବିଶ୍ୱର ସର୍ବୋଚ୍ଚ ପ୍ରତିମା ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ ଲୋକାର୍ପିତ

ଭଦୋଦରା: ଗୁଜରାଟର ନର୍ମଦା ନଦୀକୂଳରେ ପ୍ରତିଷ୍ଠିତ ଧୋତି ଏବଂ ଶାଲ୍‌ ପିନ୍ଧା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିକୃତି ଆଜିଠାରୁ ବିଶ୍ୱର ବିଶ୍ୱର ସର୍ବୋଚ୍ଚ ପ୍ରତିମାର ପରିଚୟ ପାଇଲା। ସ୍ୱାଧୀନତା ପରବର୍ତ୍ତୀ ସମୟରେ ଖଣ୍ଡବିଖଣ୍ଡିତ ଭାରତକୁ ଏକାଠି କରିଥିବା ସର୍ଦ୍ଦାର ପଟେଲଙ୍କ ୧୪୩ତମ ଜନ୍ମତିଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୧୮୨ ମିଟରର ଏହି ପ୍ରତିକୃତି ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ର ଲୋକାର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଳସରେ ପାଣି ଏବଂ ମାଟି ସହିତ ଜଳାଭିଷେକ କରି ଏହି ମହାନ ଜନନାୟକଙ୍କ ପ୍ରତିକୃତିର ଉନ୍ମୋଚନ କରିଛନ୍ତି।

ଗୁଜରାଟର ରାଜ୍‌ପିପ୍‌ଲା ନିକଟରେ ତଥା ନର୍ମଦା ନଦୀ ତଟରେ ଥିବା ଏକ ଦ୍ୱୀପ ସାଧୁବେଟ୍‌ଠାରେ ଭାରତର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ପଟେଲଙ୍କ ଏହି ଭବ୍ୟ ମୂର୍ତ୍ତି ଆଜିଠାରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ହୋଇଛି। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ, ଗୁଜରାଟ ରାଜ୍ୟପାଳ ଓମ୍‌ ପ୍ରକାଶ କୋହଲି, ମଧ୍ୟପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ୍‌ ପଟେଲ ଏବଂ କର୍ଣ୍ଣାଟକା ରାଜ୍ୟପାଳ ବାଜୁଭାଇ ବାଲା ମଧ୍ୟ ଯୋଗଦେଇଥିଲେ।

ଡିଜାଇନ୍‌- ପଦ୍ମଶ୍ରୀ ଏବଂ ପଦ୍ମ ବିଭୂଷଣ ପ୍ରାପ୍ତ ରାମ ବନ୍‌ଜୀ ସୁତାର ଏହାର ଡିଜାଇନ୍‌ କରିଛନ୍ତି। ସେ ସଂସଦଠାରେ ଥିବା ମହାତ୍ମା ଗାନ୍ଧି ମୂର୍ତ୍ତିର ମଧ୍ୟ ସ୍ରଷ୍ଟା। ୩୦ ଫୁଟ୍‌ର ଶୀର୍ଷ ପ୍ରତିକୃତି ପୂର୍ବରୁ ତାଙ୍କର ନୋଏଡ଼ାସ୍ଥିତ ୱାର୍କଶପ୍‌ରେ ପ୍ରଥମେ ୩ଫୁଟ୍‌ ଏବଂ ପରେ ୧୮ ଫୁଟ୍‌ର ପ୍ରତିକୃତି ମଧ୍ୟ ନିର୍ମାଣ କରିଥିଲେ। ଏଥିରେ ତାଙ୍କ ପୁଅ ମଧ୍ୟ ତାଙ୍କୁ ସହଯୋଗ କରିଥିଲେ। ତାଙ୍କ ହାତ ତିଆରି ଗାନ୍ଧିମୂର୍ତ୍ତି ରୁଷ୍, ଲଣ୍ଡନ୍‌, ଫ୍ରାନ୍ସ ଏବଂ ଇଟାଲୀରେ ମଧ୍ୟ ସ୍ଥାନ ପାଇଛି।

ନିର୍ମାତା- ଭାରତର ଅନ୍ୟତମ ପ୍ରମୁଖ ଭିତ୍ତିଭୂମି ନିର୍ମାଣକାରୀ ଏଲ୍‌ ଆଣ୍ଡ ଟି ଏହାର ନିର୍ମାଣ ଦାୟିତ୍ୱ ନିଭାଇଛି। ବ୍ରୋଞ୍ଚ ପ୍ରଲେପ ପାଇଁ ବିଶେଷଜ୍ଞ ଚୀନ୍‌ ନିର୍ମାଣକାରୀ ସଂସ୍ଥା ଜିଆଙ୍ଗସି ଟୋଙ୍କିଙ୍ଗ ମେଟାଲ ହ୍ୟାଣ୍ଡିକ୍ରାଫ୍ଟସ୍‌କୁ ଏଲ୍‌ଆଣ୍ଡଟି ପକ୍ଷରୁ ବଛାଯାଇଥିଲା। ଏହାର ଷ୍ଟିଲ୍‌ ଫ୍ରେମ୍‌ୱାର୍କ ମ୍ୟାଲେସିଆର ଏଭରସେଣ୍ଡା ତୁଲାଇଥିଲା, ଯାହାକି ବୁର୍ଜ ଅଲ ଆରବ୍ ଏବଂ ବୁର୍ଜ ଖଲିଫା ଆଦି କୋଠାର ନିର୍ମାଣ କରିଛି।

କେମିତି ହେଲା ନିର୍ମାଣ- ସୁତାରଙ୍କ ଦ୍ୱାରା ନିର୍ମିତ ୩୦ ଫୁଟର ବ୍ରୋଞ୍ଜ ପ୍ରତିକୃତି ପ୍ରଥମେ ଏଲ୍ଆ‌ଣ୍ଡଟିକୁ ହସ୍ତାନ୍ତର କରାଯାଇଥିଲା। ଏହାକୁ ସ୍କାନ୍‌ କରି ଇଲେକ୍ଟ୍ରୋନିକ୍‌ ଡାଟାରେ ସଂରକ୍ଷଣ କରାଯାଇଥିଲା, ଯାହାକି ପରେ ୧୮୨ ମିଟରର ଡିଜାଇନ୍‌କୁ ରୂପାନ୍ତରିତ ହୋଇଥିଲା। ଏହାପରେ ଅନ୍ତିମ ବ୍ରୋଞ୍ଜ ପ୍ରଲେପ ପାଇଁ ଢଳେଇ କାରଖାନାକୁ ଡାଟା ଦିଆଯାଇଥିଲା। ସେଠାରୁ ହଜାର ହଜାର ୩ଡି ଜିଗ୍‌ସୋ ପଜଲ୍‌ର ଉତ୍ପାଦନ କରାଯାଇଥିଲା।

ଏଥିରେ ୫,୭୦୦,୦୦୦ କିଲୋଗ୍ରାମ୍‌ର ଷ୍ଟ୍ରକ୍‌ଚରାଲ ଷ୍ଟିଲ, ୧୮,୫୦୦,୦୦୦ କିଲୋଗ୍ରାମ୍‌ର ଷ୍ଟିଲ୍‌ ବାର, ୨୨,୫୦୦,୦୦୦ କିଲୋଗ୍ରାମ୍‌ର ସିମେଣ୍ଟ, ପ୍ରଲେପ ପାଇଁ ୧,୭୦୦,୦୦୦ କିଲୋଗ୍ରାମ୍‌ର ବ୍ରୋଞ୍ଜ, ୫,୦୦୦,୦୦୦ କିଲୋଗ୍ରାମ୍‌ ଓଜନ୍‌ର ଲୁହା ଭାରତର ବିଭିନ୍ନ ସ୍ଥାନରୁ ‘ଲୋହା ଅଭିଯାନ’ରେ କୃଷକମାନଙ୍କଠାରୁ ସଂଗ୍ରହ କରାଯାଇ ଅଣାଯାଇଥିଲା। ଏଥିପାଇଁ ୩,୪୦୦ ଶ୍ରମିକ ୩୩ ମାସ ଧରି ଲାଗିଛନ୍ତି। ପ୍ରକୃତରେ ଏହାର ଉଚ୍ଚତା ୨୦୮ ମିଟର, କାରଣ ମୂର୍ତ୍ତିର ଉଚ୍ଚତା ୧୮୨ ମିଟର ବାଦ୍‌ ଏହାର ମୂଳଦୁଆର ଉଚ୍ଚତା ୫୮ ମିଟର।

ବିବାଦ- ଆଦିବାସୀ ନେତା ଛୋଟୁ ବାସ୍‌ବାଙ୍କ ନେତୃତ୍ୱରେ ଏକ ଆଦିବାସୀ ଗୋଷ୍ଠୀ ଏହି କାର୍ଯ୍ୟକ୍ରମକୁ ବିରୋଧ କରିବାକୁ ଥିବାରୁ ସମଗ୍ର ନର୍ମଦା ଜିଲ୍ଲାରେ ୪ ହଜାର ପୁଲିସ୍‌ ଛାଉଣି କରାଯାଇଛି ଏବଂ ୨୦ଟି ଡ୍ରୋନ୍‌ ସମଗ୍ର ଘଟଣା ଉପରେ ନଜର ରଖିଛି। ବିକ୍ଷୋଭରେ ହଜାର ହଜାର ଲୋକ ଯୋଗ ଦେବାକୁ ଥିବାରୁ ଉଦ୍‌ଘାଟନରେ ଯେପରି ସମସ୍ୟା ସୃଷ୍ଟି ନହୁଏ ସେଥିପ୍ରତି ନଜର ରଖାଯାଇଥିଲା। ରାଜ୍‌ପିପ୍‌ଲା ଆଡ଼କୁ ଯାଉଥିବା ସମସ୍ତ ଯାନବାହନ ଯାଞ୍ଚ କରାଯାଉଥିଲା।



from Odisha Reporter https://ift.tt/2Swbdc9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages