ୱେଷ୍ଟଇଣ୍ଡିଜ୍‌କୁ ଲାଗିଲା ରୋଚ୍ ଝଟକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 2, 2018

ୱେଷ୍ଟଇଣ୍ଡିଜ୍‌କୁ ଲାଗିଲା ରୋଚ୍ ଝଟକା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଦୁଇ ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ୪ ଅକ୍ଟୋବରରୁ ରାଜକୋଟ୍‌ରେ ଖେଳାଯିବ। ତେବେ ପ୍ରଥମରୁ ଭ୍ରମଣକାରୀ ଦଳକୁ ଏକ ଝଟକା ଲାଗିଛି। ଦଳର ଦ୍ରୁତ ବୋଲର କେମାର ରୋଚ୍‌ ପ୍ରଥମ ଟେଷ୍ଟ ଖେଳିପାରିବେ ନାହିଁ। ତାଙ୍କର ଆଈଙ୍କ ମୃତ୍ୟୁ ଯୋଗୁ ସେ ୱେଷ୍ଟ ଇଣ୍ଡିଜ ଫେରିଯାଇଛନ୍ତି।

ୱେଷ୍ଟଇଣ୍ଡିଜ୍‌ କୋଚ୍‌ କହିଛନ୍ତି, ରୋଚ୍‌ ପ୍ରଥମ ଟେଷ୍ଟ ମଝିରେ ହିଁ ଭାରତ ଫେରିବେ। ତାଙ୍କ ପରିବାରରେ ନିକଟ ସମ୍ପର୍କୀୟଙ୍କ ନିଧନ ହେବା ଯୋଗୁ କ୍ରିୟାକର୍ମରେ ଯୋଗ ଦେବାକୁ ସେ ଯାଇଛନ୍ତି। ଏହାସହିତ କେମାର ରୋଚ୍‌ ଜଣେ ଅନୁଭବୀ ଦ୍ରୁତ ବୋଲର, ଯାହା ପାଖରେ ସୁନ୍ଦର କୌଶଳ ରହିଛି। ସେ ଆମର ଟପ୍ ଖେଳାଳିଙ୍କ ମଧ୍ୟରୁ ଜଣେ।

ରୋଚ୍‌ ୪୮ ଟେଷ୍ଟ ମ୍ୟାଚ୍‌ରୁ ୧୬୩ଟି ୱିକେଟ୍‌ ନେଇସାରିଛନ୍ତି। ଦଳର କୋଚ୍‌ କହିଛନ୍ତି ରୋଚ୍‌ ଟିମ୍‌ରେ ନରହିବା ଦଳପାଇଁ ଏକ ବଡ଼ କ୍ଷତି ହେବ। ହେଲେ ଆମ ପାଖରେ କିମୋ ପାଲ ଓ ଶର୍ମନ ଲୁଇସଙ୍କ ଭଳି ପ୍ରତିଭାବାନ ଖେଳାଳି ବି ଅଛନ୍ତି।

ବେଳେ ବେଳେ ବିରୋଧୀଙ୍କୁ ଟକ୍କର ଦେବାପାଇଁ ଅଚିହ୍ନା ମୁହଁ ସହ ପଡ଼ିଆକୁ ଓହ୍ଲାଇବା ବି କାମ ଦେଇଥାଏ। ତେବେ ଦଳର ପେସ୍ ଆଟାକ୍‌ ବେଶ ମଜଭୁତ୍‌ ଅଛି ବୋଲି କୋଚ୍‌ ଦୃଢୋକ୍ତି କରିଛନ୍ତି।

 



from Odisha Reporter https://ift.tt/2Qmk0eP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages