
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତିତ୍ଲି ପରବର୍ତ୍ତୀ ବନ୍ୟାରେ ଏଯାବତ୍ ୨୬ ଜଣଙ୍କ ମୃତ୍ୟୁ ହୋଇଛି। ଗଜପତି ଜିଲ୍ଲାରେ ସର୍ବାଧିକ ୧୮ ଜଣଙ୍କର ମୃତ୍ୟୁ ହୋଇଛି। ଜିଲ୍ଲାର ବାରଘରର ୧୫ଜଣ, ଲାବଣ୍ୟଗଡ଼ରେ ୨ଜଣ ଓ ଅନଗାରେ ଜଣଙ୍କର ମୃତ୍ୟୁ ହୋଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆର୍ସି) ବିଷ୍ଣୁପଦ ସେଠୀ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି,“ବିଭିନ୍ନ ଆଡୁ ଲୋକଙ୍କ ମୃତ୍ୟୁ ଖବର ଆସୁଛି। କାନ୍ଥ ପଡ଼ି, ପାହାଡ଼ରୁ ଅତଡ଼ା ଖସି ଓ ଗଛ ପଡ଼ି ଲୋକଙ୍କର ମୃତ୍ୟୁ ହୋଇଥିବା ଖବର ଆସୁଛି। ଏସବୁର ତଦନ୍ତ କରାଯିବ।”
ଏସ୍ଆର୍ସି କହିଛନ୍ତି,“୧୬ଟି ଜିଲ୍ଲାର ୧୪୪ଟି ବ୍ଲକ୍ରେ ୫୭ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଗଞ୍ଜାମ, ଗଜପତି, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାରେ ରାସ୍ତାଘାଟ ଅଧିକ କ୍ଷତି ହୋଇଛି। ଏହି ୪ଟି ଜିଲ୍ଲାରେ ୯୦୦ କି.ମି.ର ୧୫୧ଟି ରାସ୍ତା ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ୧.୪୮ ଲକ୍ଷ ହେକ୍ଟର ଧାନ ଫସଲ ନଷ୍ଟ ହୋଇଛି। ପ୍ରତ୍ୟେକ କେସ୍କୁ ଅନୁଧ୍ୟାନ କରାଯିବା ପରେ ସହାୟତା ଦିଆଯିବ। ତିନି ଦିନ ଭିତରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ଚାରି ଲକ୍ଷ ଟଙ୍କା ଲେଖାଏ ଦିଆଯିବ।”
from Odisha Reporter https://ift.tt/2PC4tYa
No comments:
Post a Comment