ପଥର ଫିଙ୍ଗାଳିଙ୍କ ଆକ୍ରମଣରେ ଗଲା ୨୨ ବର୍ଷୀୟ ଯବାନଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 26, 2018

ପଥର ଫିଙ୍ଗାଳିଙ୍କ ଆକ୍ରମଣରେ ଗଲା ୨୨ ବର୍ଷୀୟ ଯବାନଙ୍କ ଜୀବନ

ଶ୍ରୀନଗର: ଜମ୍ମୁ-କଶ୍ମୀରର ଅନନ୍ତନାଗ ବାଇପାସ୍‌ରେ ପଥର ଫିଙ୍ଗାଳିମାନଙ୍କ ଆକ୍ରମଣରେ ଜଣେ ୨୨ ବର୍ଷୀୟ ଯବାନ ସହିଦ ହୋଇଛନ୍ତି। ଗତକାଲି ଯବାନ ରାଜେନ୍ଦ୍ର ସିଂହ ତାଙ୍କ ଅନ୍ୟ ସାଥୀଙ୍କ ସହ ସେନା କନଭୟରେ ଯାଉଥିବା ବେଳେ ପଥର ଫିଙ୍ଗାଳିମାନେ ଘନଘନ ଟେକା ମାଡ଼ କରିଥିଲେ। ଏଥିରେ କୁଇକ୍‌ ରିଆକ୍ସନ୍‌ ଟିମ୍‌ର ଯବାନ ରାଜେନ୍ଦ୍ର ଗୁରୁତର ଆହତ ହୋଇଥିଲେ।

ତାଙ୍କୁ ୯୨ ବେସ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲେ ହେଁ ଆଜି ତାଙ୍କର ମୃତ୍ୟୁ ଘଟିଛି। ଏହି ସେନା କନଭୟଟି ବର୍ଡର ରୋଡସ୍‌ ଅର୍ଗାନାଇଜେସନ୍‌କୁ ସୁରକ୍ଷା ଯୋଗାଇ ଦେବାକୁ ଯାଉଥିବା ବେଳେ ଏଭଳି ପଥର ଫିଙ୍ଗାଳିଙ୍କ ଆକ୍ରମଣର ଶିକାର ହୋଇଥିଲେ।

ସହିଦ ରାଜେନ୍ଦ୍ରଙ୍କ ଘର ଉତ୍ତରାଖଣ୍ଡର ପିଥୋରଗଡ଼ ସ୍ଥିତ ବାଦେନାଠାରେ ବୋଲି ଜଣାପଡ଼ିଛି। ସେ ୨୦୧୬ରେ ସେନାରେ ଯୋଗ ଦେଇଥିଲେ।



from Odisha Reporter https://ift.tt/2D5CnCc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages