ପିଓକେ ଦେଇ ପାକ୍-ଚୀନ୍‌ ବସ୍‌ସେବାକୁ ଭାରତର କଡ଼ା ବିରୋଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 31, 2018

ପିଓକେ ଦେଇ ପାକ୍-ଚୀନ୍‌ ବସ୍‌ସେବାକୁ ଭାରତର କଡ଼ା ବିରୋଧ

ନୂଆଦିଲ୍ଲୀ: ଶନିବାର ପାକିସ୍ତାନର ଲାହୋରଠାରୁ ଚୀନ୍‌ ଅଧୀନସ୍ଥ ସିନ୍‌ଜିଆଙ୍ଗ ୟୁଘୁର ସ୍ୱୟଂଶାସିତ ରାଜ୍ୟକୁ ବସ ଚାଲିବାକୁ ଥିବାବେଳେ ଚୀନ୍‌ ଏବଂ ପାକିସ୍ତାନର ଏହି ପ୍ରୟାସକୁ କଡ଼ା ନିନ୍ଦା କରିଛି ଭାରତ। କାରଣ ଏହି ବସ୍‌ ସବୁ ବିବାଦୀୟ ପାକିସ୍ତାନ ଅଧିକୃତ କଶ୍ମୀର ଅଞ୍ଚଳ ଦେଇ ଯିବାର ଯୋଜନା ରହିଛି।

ଏନେଇ ଭାରତର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବୀଶ କୁମାର କହିଛନ୍ତି, “ଆମେ ଏହି ପ୍ରସଙ୍ଗକୁ ନେଇ ପାକିସ୍ତାନ ଏବଂ ଚୀନ୍‌ ନିକଟରେ କଡ଼ା ବିରୋଧ ପ୍ରଦର୍ଶନ କରିଛୁ। ଏହି ପ୍ରସ୍ତାବିତ ବସ୍‌ ସେବା ପିଓକେ ଦେଇ ତଥାକଥିତ ଚୀନ୍‌-ପାକିସ୍ତାନ ଅର୍ଥନିତିକ କରିଡରରେ ଯିବାକୁ ଅଛି।” ଭାରତ ସମଗ୍ର କଶ୍ମୀରକୁ ନିଜର ବୋଲି ଦାବି କରିଆସୁଥିବାବେଳେ ପାକ୍‌ ଅଧିକୃତ କଶ୍ମୀରକୁ ନେଇ ବର୍ଷବର୍ଷ ଧରି ବିବାଦ ଚାଲିଆସିଛି। ତେଣୁ ଏହି ମାର୍ଗ ଦେଇ ଯାଉଥିବା ଚୀନ୍‌-ପାକିସ୍ତାନ ଅର୍ଥନୀତିକ କରିଡରକୁ ମଧ୍ୟ ଭାରତ ବିରୋଧ କରୁଛି।

ଭାରତ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ପାକିସ୍ତାନ ଏବଂ ଚୀନ୍‌ ମଧ୍ୟରେ ୧୯୬୩ ମସିହାରେ ହୋଇଥିବା ସୀମା ଚୁକ୍ତି ଅବୈଧ ଏବଂ ବେଆଇନ। ଏହାକୁ ଭାରତ ସରକାର ସ୍ୱୀକାର କରିବେ ନାହିଁ ବୋଲି ଶ୍ରୀ କୁମାର କହିଛନ୍ତି। ତେଣୁ ଏହି ଅଞ୍ଚଳରେ ବସ୍‌ ଚଲାଇବା ଅର୍ଥାତ ଭାରତର ସାର୍ଵଭୌମତ୍ଵ ଏବଂ ଅଖଣ୍ଡତାକୁ ଉଲ୍ଲଂଘନ କରିବା ପରି ହେଉଛି। ପ୍ରକୃତରେ ପାକିସ୍ତାନ ଏବଂ ଚୀନ୍‌ ମଧ୍ୟରେ କୌଣସି ପ୍ରକାର ସୀମା ନାହିଁ। ଆଫଗାନିସ୍ତାନ ଏବଂ ଭାରତ ସୀମା ହିଁ ଚୀନ୍‌ ସୀମାକୁ ଛୁଇଁଥାଏ। ପାକିସ୍ତାନ ସହିତ ଚୀନ୍‌ ଭାବ ବଢ଼ାଇବା ପଛର ଉଦ୍ଦେଶ୍ୟ ହେଉଛି ଏହାର ଚିରାଚରିତ ସାମ୍ରାଜ୍ୟବାଦ ନୀତି।



from Odisha Reporter https://ift.tt/2znvzvg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages