
ମୁମ୍ବାଇ: ଟିମ୍ ଇଣ୍ଡିଆର ଓପନର୍ ତଥା ହିଟ୍ମ୍ୟାନ୍ ରୋହିତ ଶର୍ମାଙ୍କ ସହ ପଡ଼ିଆ ମଝିରେ ଏକ ଅଜବ ଘଟଣା ଘଟିଛି। ବର୍ତ୍ତମାନ ବିଜୟ ହଜାରେ ଟ୍ରଫି କ୍ୱାର୍ଟର ଫାଇନାଲ ମ୍ୟାଚ୍ରେ ମୁମ୍ବାଇ ପକ୍ଷରୁ ଖେଳୁଥିବା ରୋହିତ ଶର୍ମାଙ୍କ ଜଣେ ଫ୍ୟାନ୍ ଅଜବ କାଣ୍ଡ ଘଟାଇଛନ୍ତି।
ବିହାର ବିପକ୍ଷ ମ୍ୟାଚ୍ରେ ରୋହିତ ବ୍ୟାଟିଂ କରୁଥିବା ବେଳେ ଜଣେ ଫ୍ୟାନ୍ ସୁରକ୍ଷା ବଳୟ ଭେଦ କରି ପଡ଼ିଆ ମଝିକୁ ଦୌଡ଼ି ଚାଲିଆସିଥିଲେ। କେହି କିଛି ବୁଝିବା ଆଗରୁ ସେ ପ୍ରଥମେ ରୋହିତଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଥିଲେ। ଏହାପରା ଫ୍ୟାନ୍ ଜଣଙ୍କ ରୋହିତଙ୍କୁ କିସ୍ କରିବାକୁ ମଧ୍ୟ ପଛାଇ ନଥିଲେ।
କିସ୍ କଲା ବେଳେ ରୋହିତ ବାରଣ କରିବାରୁ ଫ୍ୟାନ୍ ଜଣଙ୍କୁ ପୁଣିଥରେ ରୋହିତଙ୍କୁ ମୁଣ୍ଡିଆ ମାରିଥିଲେ। ଫ୍ୟାନ୍ ଜଣଙ୍କୁ କାବୁ କରିବା ପାଇଁ ଅମ୍ପାୟାର ଆସିବାରୁ ସେ ରୋହିତଙ୍କୁ ନମସ୍କାର କରି ପଡ଼ିଆ ବାହାରକୁ ଅତ୍ୟନ୍ତ ଖୁସି ହୋଇ ଚାଲିଯାଇଥିଲେ। ସେ ବାହାରକୁ ଯିବା ସମୟରେ ଏଭଳି ଖୁସି ହୋଇ ନାଚି ଉଠିଥିଲେ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।
ଏହାର ଏକ ଫଟୋ ରୋହିତଙ୍କ ପତ୍ନୀ ରିତିକା ସାଜଦେ ଇନ୍ଷ୍ଟାଗ୍ରାମରେ ଛାଡ଼ିଛନ୍ତି। ସେ ଭାରତୀୟ ସ୍ପିନର୍ ୟୁଜବେନ୍ଦର ଚହଲଙ୍କୁ ଟ୍ୟାଗ୍ ମଧ୍ୟ କରିଛନ୍ତି। ସେ ଲେଖିଛନ୍ତି, “ୟୁଜବେନ୍ଦର ଚହଲ ତୁମେ ଆଉ ମୁଁ ( ରୋହିତଙ୍କୁ ପାଇବାକୁ ) ପ୍ରତିଯୋଗିତା କରୁଛେ, କିନ୍ତୁ…”। ଫ୍ୟାନ୍ ଜଣଙ୍କ ରୋହିତଙ୍କୁ କିସ୍ କରିଥିବାରୁ ସେ ପରିହାସ କରି ଏଭଳି ଲେଖିଛନ୍ତି।
ଦେଖନ୍ତୁ ଭିଡିଓ:
from Odisha Reporter https://ift.tt/2IYPO75
No comments:
Post a Comment