ଆପଣଙ୍କ ଆଖି ପତା କମ୍‌ ପଡ଼ୁଛି କି! ସାବଧାନ, ହୋଇପାରେ ଏହି ସମସ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 1, 2018

ଆପଣଙ୍କ ଆଖି ପତା କମ୍‌ ପଡ଼ୁଛି କି! ସାବଧାନ, ହୋଇପାରେ ଏହି ସମସ୍ୟା

eye3

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍‌): ସାଧାରଣତଃ ଜଣେ ସୁସ୍ଥ ମଣିଷର ଆଖି ୧ମିନିଟ୍‌ରେ ୧୦ ଥର ପଲକ ପକାଇଥାଏ। କିନ୍ତୁ ଯଦି ଆପଣ ୧୦ଥରରୁ କମ କିମ୍ୱା ଏହାଠାରୁ ଅଧିକ ଥର ଆଖି ପତା ପକାଉଛନ୍ତି, ତେବେ ଆପଣଙ୍କ ଆଖି ପାଇଁ ଏହା ବିପଦ ଆଣିପାରେ।

କମ୍ପ୍ୟୁଟର୍‌,ମୋବାଇଲ୍‌ ଓ ଲ୍ୟାପଟପରେ କାମ କରିବା ସମୟରେ ଆପଣ ଅନେକ ସମୟ ଯାଏ ନିଜ ଆଖିର ପତାକୁ ପକାଇନଥା’ନ୍ତି। କିନ୍ତୁ ଆଖି ପତାକୁ ନପକାଇବା ଏବଂ ଦୀର୍ଘ ସମୟ କାମ କରିବା ପରେ ବାରମ୍ୱାର ଆଖି ପତା ପକାଇବା ‘ଡ୍ରାଇ ଆଇ ସିଣ୍ଡ୍ରୋମ୍‌’ର ଲକ୍ଷଣ ବୋଲି କୁହାଯାଏ।

eye2ବିଶେଷଜ୍ଞଙ୍କ ମତରେ ଆଖି ଡୋଳାରେ ଏକ ବିଶେଷ ଧରଣର ତରଳ ପଦାର୍ଥ ରହିଛି। ଏହି ଲିକ୍ୱିଡ୍‌ ଲୁବ୍ରିକାଣ୍ଟ୍‌ ଭାବରେ କାମ କରିଥାଏ।

ଆଖି ପତା ପକାଇବା ସମୟରେ ଏହି ଲୁବ୍ରିକାଣ୍ଟ୍‌ ଆଖି ଡୋଳାରେ ଖେଳାଇ ହୋଇଯାଇଥାଏ। ଏହା ଯୋଗୁ ଆଖି ଡୋଳା ନରମ ହୋଇଥାଏ ଏବଂ ଶୁଖି ନଥାଏ। କିନ୍ତୁ ଆଖି ପତା କମ୍‌ ପକାଇଲେ, ଲୁବ୍ରିକାଣ୍ଟ୍‌ ଠିକ୍‌ ଭାବରେ ବାହାରିନଥାଏ ଏବଂ ଆଖି ଶୁଖିଲା ଦେଖାଯାଏ।

‘ଡ୍ରାଇ ଆଇ ସିଣ୍ଡ୍ରୋମ୍‌’ର କ୍ଷତି:
eye1‘ଡ୍ରାଇ ଆଇ ସିଣ୍ଡ୍ରୋମ୍‌’ରେ ପୀଡ଼ିତ ବ୍ୟକ୍ତିଙ୍କ ଆଖିରେ ଲୁହ ତିଆରି ହେବା କମ୍‌ ହୋଇଥାଏ। ଲୁହ ବୋହିବା ଦ୍ୱାରା ଆଖିର କର୍ଣ୍ଣିଆ ବା କଞ୍ଜକ୍ଟାଇବା ନରମ ଓ ଓଦା ରହିଥାଏ ଏବଂ ଆଖି ଶୁଖିଲା ରହିନଥାଏ। ଆମ ଆଖିରେ ଏକ ଟିୟର୍‌ ଫିଲ୍ମ ରହିଛି। ଏହାର ବାହାର ସ୍ତରକୁ ଅୟେଲି ଲେୟର୍‌ କୁହାଯାଏ। ଏହି ଲେୟର୍‌ ଲୁହ ଅଧିକ ବୋହିବା, ଗରମ ଏବଂ ପବନରେ ଲୁହ ଶୁଖିବାକୁ କମ୍‌ କରିଥାଏ। ଏହି ଲେୟର୍‌ ଆଖି ପତାକୁ ଚିକ୍କଣ କରିଥାଏ। ଯାହା ଯୋଗୁ ଆଖି ପତା ପକାଇବା ସହଜ ହୋଇଥାଏ।



from Odisha Reporter https://ift.tt/2OrY3O9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages