ପାକ୍‌ ସିରିଆଠାରୁ ୩ ଗୁଣା ଅଧିକ ବିପଜ୍ଜନକ ରାଷ୍ଟ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 26, 2018

ପାକ୍‌ ସିରିଆଠାରୁ ୩ ଗୁଣା ଅଧିକ ବିପଜ୍ଜନକ ରାଷ୍ଟ୍ର

ଲଣ୍ଡନ୍‌: ପାକିସ୍ତାନ କେବଳ ଆତଙ୍କବାଦୀ ଉତ୍ପାଦନକାରୀ ଦେଶ କିମ୍ବା ବିଶ୍ୱସ୍ତରରେ ସୀମାପାର ଆତଙ୍କବାଦ ସମର୍ଥକରେ ସୀମିତ ରହିନାହିଁ, ବରଂ ମାନବିକ ଦ୍ରୁଷ୍ଟିକୋଣରୁ ସିରିଆଠାରୁ ମଧ୍ୟ ଅଧିକ ବିପଜ୍ଜନକ ବୋଲି ଲଣ୍ଡନ୍‌ରୁ ପ୍ରକାଶିତ ଏକ ରିପୋର୍ଟ ଦର୍ଶାଇଛି। ‘ହ୍ୟୁମାନିଟି ଆଟ୍‌ ରିସ୍କ-ଗ୍ଲୋବାଲ୍‌ ଟେରର ଥ୍ରୀଏଟ୍‌ ଇଣ୍ଡିକାଣ୍ଟ’ ନାମକ ଏକ ରିପୋର୍ଟରେ ଏପରି କୁହାଯାଇଛି, ଯାହାକି ବିଶ୍ୱ ପ୍ରସିଦ୍ଧ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ଷ୍ଟ୍ରାଟେଜିକ୍‌ ଫୋର୍ସା‌ଇଟ୍‌ ଗ୍ରୁପ୍ (ଏସ୍‌ଏଫ୍‌ଜି)ର ମିଳିତ ପ୍ରୟାସରେ ପ୍ରସ୍ତୁତ ହୋଇଛି।

ଏହି ରିପୋର୍ଟରେ କୁହାଯାଇଛି, ଆଫ୍‌ଗାନ୍‌ ତାଲିବାନ୍‌ ଏବଂ ଲସ୍କର-ଇ-ତାଇବା ଅନ୍ତର୍ଜାତୀୟ ସୁରକ୍ଷା ପାଇଁ ସବୁଠାରୁ ଅଧିକ ବିପଦ ସୃଷ୍ଟିକାରୀ। ସବୁଠାରୁ ଅଧିକ ଆତଙ୍କୀ ଭିତ୍ତିଭୂମି ଏବଂ ଆତଙ୍କୀଙ୍କ ପାଇଁ ସୁରକ୍ଷିତ ସ୍ୱର୍ଗ ଭାବେ ପାକିସ୍ତାନ ଏହି ତାଲିକାର ଶୀର୍ଷରେ ରହିଛି।

ଯଦି ବିପଜ୍ଜନକ ଆତଙ୍କୀ ଗୋଷ୍ଠୀଙ୍କ ହିସାବ କରାଯାଏ, ପରିସଂଖ୍ୟାନ ଅନୁଯାୟୀ ପାକିସ୍ତାନ ହିଁ ସବୁଠାରୁ ଅଧିକ ଆତଙ୍କୀ ସଂଗଠନକୁ ସମର୍ଥନ ଜଣାଉଛି ଏବଂ ସେମାନଙ୍କୁ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଆସୁଛି। ଆଫଗାନିସ୍ତାନରେ ମଧ୍ୟ ଏଭଳି ଅନେକ ସଂଗଠନ ସକ୍ରିୟ ଅଛନ୍ତି ଏବଂ ସେମାନଙ୍କ ଉତ୍ଥାନ ପଛରେ ପାକିସ୍ତାନର ହିଁ ପ୍ରଚ୍ଛନ୍ନ ହାତ ରହିଥିବା ଏହି ରିପୋର୍ଟ ଦର୍ଶାଇଛି। ଏହି ୮୦ ପୃଷ୍ଠାର ରିପୋର୍ଟରେ ଆଗାମୀ ଏକ ଦଶନ୍ଧିରେ ଆତଙ୍କବାଦକୁ ନେଇ ହେବାକୁ ଥିବା ସମସ୍ୟା ଏବଂ ନୀତି ନିର୍ଦ୍ଧାରକମାନେ ଏହାକୁ ପ୍ରତିହତ କରିବା ପାଇଁ କ’ଣ ପ୍ରୟାସ କରିବା ଉଚିତ ହେବ ତାହା ବର୍ଣ୍ଣନା କରାଯାଇଛି।

ଏହି ରିପୋର୍ଟ ପାଇଁ ଏକବିଂଶ ଶତାବ୍ଦୀର ୨୦୦ଟି ଆତଙ୍କୀ ସଂଗଠନକର ଗତବିଧିକୁ ବିଚାର କରାଯାଇଥିଲା। ଗତ ୫ ବର୍ଷରେ ଆଇଏସ୍‌ଆଇଏସ୍‌ ଗଣମାଧ୍ୟମରେ ସବୁଠାରୁ ଅଧିକ ସ୍ଥାନ ପାଇଛି। ଅନ୍ୟପକ୍ଷରେ ୨୦୧୧ ମସିହାରେ ଅଲ-କାଏଦା ଓସାମା ବିନ୍‌ ଲାଡେନ୍‌ର ହତ୍ୟା ପରେ ତା’ର ପୁଅ ହମ୍‌ଜା ବିନ୍‌ ଲାଡେନ୍‌ ଏହି ଗୋଷ୍ଠୀର ନେତୃତ୍ୱ ନେଉଛି, ଯାହାକୁ ଆତଙ୍କର ରାଜକୁମାର କୁହାଯାଉଛି।

ଏହି ରିପୋର୍ଟରେ ସ୍ପଷ୍ଟ ଲେଖାଯାଛି, ଅଲ୍‌-କାଏଦା ପାକିସ୍ତାନରେ ହିଁ ଜନ୍ମ ନେଥିଲା ଏବଂ ପରେ ଆପଗାନିସ୍ତାନକୁ ଆତଙ୍କବାଦର ଚରାଭୂଇଁ ଭାବେ ବାଛିଥିଲା। ଆଉ ଲାଡେନ୍‌ ପାଇଁ ପାକିସ୍ତାନର ଜାଣତରେ ହିଁ ଅବୋଟ୍ଟାବାଦ୍‌ର ସେନା କ୍ୟାମ୍ପ ନିକଟରେ ସୁରକ୍ଷିତ ଦୁର୍ଗ ନିର୍ମାଣ କରାଯାଇଥିଲା।



from Odisha Reporter https://ift.tt/2OWaL8P

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages