
ନୂଆଦିଲ୍ଲୀ: ତାମିଲନାଡୁର ତ୍ରିଚିରୁ ଦୁବାଇ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ବଡ଼ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇ ଯାଇଛି। ବିମାନଟି ରନୱେରୁ ଉଠିବା ପରେ ବିମାନବନ୍ଦର ପାଚେରିରେ ଯାଇ ପିଟି ହୋଇଥିଲା। ବିମାନରେ ୧୩୬ ଜଣ ଯାତ୍ରୀ ଥିଲେ। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।
ଦୁର୍ଘଟଣାଟି ଗତକାଲି ଘଟିଥିଲା।
ଏହା ପରେ ବିମାନଟିର ରୁଟ୍ ବଦଳାଇ ଦିଆଯାଇଥିଲା। ଏହା ମୁମ୍ବାଇରେ ଅବତରଣ କରିଥିଲା। ସେଠାରେ ବିମାନଟିକୁ ଯାଞ୍ଚ କରାଯାଇଥିଲା।
ସୂଚନା ଅନୁସାରେ, କାନ୍ଥରେ ପିଟି ହେବା ଯୋଗୁ ବିମାନର ତଳ ଅଂଶ କ୍ଷତିଗ୍ରସ୍ତ ହୋଇଥିଲା। ତେବେ ବିମାନଟି ଏତେ ଜୋରରେ ପିଟି ହୋଇଥିଲା ଯେ ପାଚେରି ଭାଙ୍ଗି ଯାଇଥିଲା।
ଘଟଣାସ୍ଥଳକୁ ତାମିଲନାଡୁର ପର୍ଯ୍ୟଟନ ମନ୍ତ୍ରୀ ଆସି ଘଟଣା ସଂପର୍କରେ ତଥ୍ୟ ସଂଗ୍ରହ କରିଥିଲେ।
ଏୟାର ଇଣ୍ଡିଆ ପକ୍ଷରୁ ଏ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।
from Odisha Reporter https://ift.tt/2CdyYjF
No comments:
Post a Comment