
ମୁମ୍ବାଇ: ମହାରାଷ୍ଟ୍ରର ୟାଦଭୱାଡ଼ି ଗାଁରେ ଏକ ୭ ବର୍ଷର ମାଈ ଚିତାବଘ କୂଅରେ ପଡ଼ି ଯାଇଥିଲା। କୂଅଟି ପ୍ରାୟ ୩୦ ଫୁଟ୍ ଗଭୀର ଥିଲା। ତେବେ ୱାଇଲ୍ଡଲାଇଫ୍ ଏସ୍ଓଏସ୍ ଓ ରାଜ୍ୟ ବନ ବିଭାଗ କର୍ମଚାରୀଙ୍କ ତତ୍ପରତା ଯୋଗୁଁ ବାଘଟିକୁ କୂଅ ଭିତରୁ ଉଦ୍ଧାର କରାଯାଇଥିଲା।
ଏହି ଉଦ୍ଧାର କାର୍ଯ୍ୟର ଭିଡିଓଟି ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି। ଅତି ସତର୍କତାର ସହିତ ବାଘଟିକୁ ଉଦ୍ଧାର କରାଯାଇଥିଲା। ବାଘଟି ଯେପରି ବୁଡ଼ି ନଯିବ ସେଥିପାଇଁ କୂଅ ଭିତରକୁ ପ୍ରଥମେ ଏକ ସିଡ଼ିକୁ ପକା ଯାଇଥିଲା। ସିଡ଼ିଟିକୁ ଦଉଡ଼ିରେ ବନ୍ଧା ଯାଇଥିଲା। ତା’ପରେ ବାଘଟିକୁ କେମିତି ଉପରକୁ ଅଣାଗଲା, ତାହା ଜାଣିବା ପାଇଁ ଏଠାରେ ଦିଆଯାଇଥିବା ଭିଡିଓଟିକୁ ଦେଖନ୍ତୁ।
from Odisha Reporter https://ift.tt/2ypSoye
No comments:
Post a Comment