ବାତ୍ୟା ପ୍ରଭାବିତ ଅଞ୍ଚଳକୁ ଟିମ୍ ପଠାଇଲା ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 12, 2018

ବାତ୍ୟା ପ୍ରଭାବିତ ଅଞ୍ଚଳକୁ ଟିମ୍ ପଠାଇଲା ବିଜେପି

photo3

ଭୁବନେଶ୍ବର(ଓଡ଼ିଶା ରିପୋର୍ଟର) : ଭୟଙ୍କର ବାତ୍ୟା ‘ତିତଲି’ ଓ ତଦଜନିତ ବନ୍ୟାରେ ସର୍ବାଧିକ ପ୍ରଭାବିତ ହୋଇଥିବା ୩ଟି ଜିଲ୍ଲା ଗଜପତି,ଗଞ୍ଜାମ ଓ ରାୟଗଡ଼ାକୁ ବିଜେପି ଏକ ଟିମ୍ ପଠାଇଛି। ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି, ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଓ ଭୃଗୁ ବକ୍ସିପାତ୍ରଙ୍କ ନେତୃତ୍ବରେ ଆଜି ଏକ ଟିମ୍ ପ୍ରଭାବିତ ଅଞ୍ଚଳକୁ ଯାଇଛି। ଏହି ଟିମରେ ଦଳର ଓବିସି ମୋର୍ଚ୍ଚା, ଯୁବ ମୋର୍ଚ୍ଚା ଓ କୃଷକ ମୋର୍ଚ୍ଚାର ପ୍ରତିନିଧି ମଧ୍ୟ ସାମିଲ ହୋଇଛନ୍ତି।

ଦଳର ଉପସଭାପତି ଶ୍ରୀ ମହାନ୍ତି କହିଛନ୍ତି ଯେ, ଆଇଏମଡିର ପୂର୍ବ ସତର୍କ ସୂଚନା ସତ୍ତ୍ବେ ରାଜ୍ୟ ସରକାର ବାତ୍ୟା ଓ ବନ୍ୟାର ମୁକାବିଲା ପାଇଁ ଆବଶ୍ୟକ ପ୍ରସ୍ତୁତି କରିବାରେ ବିଫଳ ହୋଇଛନ୍ତି। ରାଜ୍ୟ ସରକାର ଜିରୋ କାଜୁଆଲିଟିର ଫମ୍ପା ପ୍ରଚାର କରି ନିଜ ସଫଳତା ନିଜେ ବଖାଣୁଛନ୍ତି। ଗଜପତି ଜିଲ୍ଲାରେ ପ୍ରଭାବିତଙ୍କ ପାଖରେ ଏ ପର୍ଯ୍ୟନ୍ତ ସାହାଯ୍ୟ ପହଞ୍ଚି ପାରିନି। ଗଞ୍ଜାମ ଜିଲ୍ଲାରେ ମଧ୍ୟ ଅନୁରୂପ ଅବସ୍ଥା ଦେଖିବାକୁ ମିଳୁଛି ବୋଲି ସେ ଅଭିଯୋଗ କରିଛନ୍ତି।



from Odisha Reporter https://ift.tt/2IQvVyY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages