ଆଳତୀ ପାଇଁ ଘଣ୍ଟି ବାଜିଲେ ମନ୍ଦିରକୁ ପଶି ଆସନ୍ତି ଭାଲୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 18, 2018

ଆଳତୀ ପାଇଁ ଘଣ୍ଟି ବାଜିଲେ ମନ୍ଦିରକୁ ପଶି ଆସନ୍ତି ଭାଲୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସଞ୍ଜ ନଇଁଲେ ମନ୍ଦିରର ଘଣ୍ଟି ବାଜେ, ଘଣ୍ଟା ବାଜେ। ଆଉ ମନ୍ତ୍ରଧ୍ୱନୀରେ ପ୍ରକମ୍ପିତ ହୁଏ ସମଗ୍ର ପରିବେଶ। କହିଲେ ଦେଖି ଯଦି ଏମିତି ମାହୋଲ ଆପଣଙ୍କ ପାଇଁ ସୃଷ୍ଟି ହୁଏ ଆପଣ କ’ଣ କହିବେ। ନିଶ୍ଚିତ ଭାବାବେଗରେ ବୁଡିବେ ଆଉ ପାଖରେ ଥିଲେ ଯାଇ ଠାକୁରଙ୍କ ଆଳତୀ ଦର୍ଶନ କରି ଆତ୍ମତୃପ୍ତିରେ ଘରକୁ ଫେରିବେ।

ହେଲେ ଥରେ ଭାବିଲେ ଯଦି ଆପଣ ଅଳତୀ ଦେଖୁ ଦେଖୁ ଆପଣଙ୍କ ପାଖକୁ ବାଘ କି ଭାଲୁ ଚାଲି ଆସିଲା, ତା ହେଲେ କ’ଣ ହେବ?

ଆମ କଥା ଶୁଣି ଆପଣ ହଠାତ୍‌ କିଛି ବୁଝି ପାରୁ ନ ଥିବେ।

ହଇଓ, ଠାକୁରଙ୍କ କଥା କହିଲ, ଆଳତୀ କଥା କହିଲ ସେ ସବୁ ଠିକ୍‌, ହେଲେ ଏ ଭିତରେ ଭାଲୁ ଆଉ ବାଘ କୁଆଡେ ଆସିଲେ? ଆପଣ ଏଇ କଥା ଭାବି ଘାରି ହେଉଥିବେ।

ହଉ, ଛାଡନ୍ତୁ ସେ କଥା। ଏଥର ମୂଳ କଥାକୁ ଆସିବା। ବାସ୍ତବରେ ଆମେ ଆପଣଙ୍କୁ ଦେଶର ଏମିତି ଗୋଟିଏ ମନ୍ଦିର ବିଷୟରେ କହିବୁ, ଯାହା ସମ୍ପର୍କରେ ଶୁଣି ଆପଣ ଚକିତ ହେବେ। ଏହା ଏମିତି ଏକ ମନ୍ଦିର ଯେଉଁଠି ଠାକୁରଙ୍କ  ଆଳତି ଦେଖିବାକୁ ଜଙ୍ଗଲରୁ ହିଂସ୍ର ଭାଲୁମାନେ ପ୍ରତିଦିନ ସଞ୍ଜରେ ଆସନ୍ତି ଆଉ ଫେରନ୍ତି। ହେଲେ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କର କିଛି ବି କ୍ଷତି କରନ୍ତି ନାହିଁ।

ମନ୍ଦିରଟି ଛତିଶଗଡର ମହାସମୁନ୍ଦର ଜିଲାରେ ଅବସ୍ଥିତ। ଏହି ଜିଲାର ଘୁଞ୍ଚାପାଲି ଗ୍ରାମରେ ରହିଛି ଚଣ୍ଡି ଦେବୀଙ୍କ ମନ୍ଦିର। ଚଣ୍ଡି ଦେବୀଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତ ଏଠାକୁ ଧାଇଁ ଆସିଥାନ୍ତି। କିନ୍ତୁ ଆଳତି ସମୟରେ ଅଚାନକ ଭାଲୁଙ୍କ ପ୍ରବେଶ ଦେଖି ଭକ୍ତମାନେ ଆଶ୍ଚର୍ଯ୍ୟ ହୋଇଥାନ୍ତି। ଚଣ୍ଡି ଦେବୀଙ୍କ ମନ୍ଦିର ୧୫୦ ବର୍ଷ ପୁରୁଣା। ଏଠାରେ ପୂଜା ପାଉଥିବା ଦେବୀଙ୍କ ମୂର୍ତ୍ତିଗୁଡିକ ପ୍ରାକୃତିକ। ଆବାହନ କାଳରୁ ସନ୍ଧ୍ୟା ଆଳତି ହେବା ମାତ୍ରେ ଭାଲୁପଲ ମନ୍ଦିର ପାଖକୁ ଆସିଥାନ୍ତି। ଆଳତି ଶେଷ ପରେ ପୁଣି ଜଙ୍ଗଲକୁ ଫେରିଯାନ୍ତି। ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି, ଆଜି ପର୍ଯ୍ୟନ୍ତ ଭାଲୁ କୌଣସି ଭକ୍ତଙ୍କୁ କ୍ଷତି ପହଞ୍ଚାଇଥିବାର ଦେଖାଯାଇନାହିଁ।



from Odisha Reporter https://ift.tt/2QT0mHE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages