
ମୁମ୍ବାଇ (ଓଡ଼ିଶା ରିପୋର୍ଟର): ବଲିଉଡ୍ ତଥା ଟେଲି ଦୁନିଆର ସଂସ୍କାରୀ ବାବୁଜୀ ଭାବେ ଜଣାଶୁଣା ଜଣେ ବରିଷ୍ଠ ଅଭିନେତାଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ। ଦୀର୍ଘ ୨୦ ବର୍ଷ ପରେ ଏହି ଅଭିଯୋଗ ଆଣିଛନ୍ତି ୯୦ ଦଶକର ପ୍ରସିଦ୍ଧ ଶୋ’ ‘ତାରା’ର ପ୍ରଯୋଜକ ବିନୀତା ନନ୍ଦା। ଯାହା ଫଳରେ #metoo ଏବେ ସଂସ୍କାରୀ ଅଭିନେତା ଆଲୋକ ନାଥଙ୍କ କବାଟ ଠକ୍ଠକ୍ କରିବାକୁ ପଛଘୁଞ୍ଚା ଦେଇନି।
Dear @vintananda I am so so sorry. As @CintaaOfficial a show-cause Notice will be sent to @aloknath first thing in the mrng, why he shudnt b expld. Unfortunately we’ve to follow the due process. I urge u to file a complaint against this vile creature, we extend u full support.
— sushant singh (@sushant_says) October 8, 2018
ଆଉ ଅଭିଯୋଗ ପରେ ସିନେ ଆଣ୍ଡ୍ ଟିଭି ଆର୍ଟିଷ୍ଟ ଆସୋସିଏସନ୍(ସିଣ୍ଟା) ଆଲୋକ ନାଥଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଯିବା ନେଇ ଘୋଷଣା କରିଛନ୍ତି ଏହାର କାର୍ଯ୍ୟକାରିଣୀ ସଦସ୍ୟ ସୁଶାନ୍ତ ସିଂହ।

ସୂଚନାଯୋଗ୍ୟ ଯେ, ଗତକାଲି ବିନୀତା ଅଭିଯୋଗ ଆଣିଥିଲେ ଏହି ଶୋ’ ସମୟରେ ଏକ ପାର୍ଟିରେ ଯୋଗଦେବା ସମୟରେ ତାଙ୍କ ଡ୍ରିଙ୍କ୍ସକୁ ମିକ୍ସ କରିଦିଆଯାଇଥିଲା। ସେ ନିଶାସକ୍ତ ଅବସ୍ଥାରେ ଚାଲି ଚାଲି ଘରକୁ ଯିବା ସମୟରେ ଆଲୋକ ତାଙ୍କୁ ଛାଡ଼ିଦେବେ କହିଥିଲେ।
ସକାଳେ ନିଦ ଭାଙ୍ଗିବାପରେ ସେ ନିଜକୁ ନିଜ ଘରେ ହିଁ ଆବିଷ୍କାର କରିଥିଲେ। ଆଉ ନିଜକୁ ଯେଉଁ ଅବସ୍ଥାରେ ଆବିଷ୍କାର କରିଥିଲେ, ତାଙ୍କ ପାଦତଳୁ ମାଟି ଖସିଯାଇଥିଲା। ତାଙ୍କୁ ଦୁଷ୍କର୍ମ କରାଯାଇଥିବା ନିଶ୍ଚିତ ଥିଲେ ମଧ୍ୟ ଲୋକଲଜ୍ଜା ଏବଂ କ୍ୟାରିୟର ସରିଯିବାକୁ ଡରି ସେ ଚୁପ୍ ରହିଥିଲେ।
from Odisha Reporter https://ift.tt/2Poywmn
No comments:
Post a Comment