ବେଳା ଖରାପ! ରିଷଭ ଅଳ୍ପକେ ଶତକରୁ ବଞ୍ଚିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 5, 2018

ବେଳା ଖରାପ! ରିଷଭ ଅଳ୍ପକେ ଶତକରୁ ବଞ୍ଚିତ

rishav

ରାଜ୍‌କୋଟ୍‌: ଗୁଜରାଟର ରାଜ୍‌କୋଟ୍‌ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟ୍ ମ୍ୟାଚ୍‌ରେ ପୃଥ୍ୱୀ ଶ’ ଓ ଅଧିନାୟକ ବିରାଟ କୋହଲି ଶତକ ହାସଲ କରିଛନ୍ତି। ତେବେ ଭଲ ଖେଳୁଥିବା ୱିକେଟ୍ କିପର୍ ରିଷଭ ପନ୍ତ ଆଜି ଅଳ୍ପକେ ଶତକରୁ ବଞ୍ଚିତ ହୋଇଛନ୍ତି।

ସେ ୮୪ଟି ବଲ୍‌ରେ ୯୨ ରନ୍ କରି କ୍ୟାଚ୍ ଆଉଟ୍ ହୋଇଯାଇଥିଲେ। ଦେବେନ୍ଦ୍ର ବିଶୋଙ୍କ ଏକ ବଲ୍‌ରେ ସେ କେମୋ ପାଉଲ୍‌ଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ।

୯୨ ରନ୍ ମଧ୍ୟରେ ରହିଛି ୮ଟି ଚୌକା ଓ ୪ଟି ଛକ୍କା। ତେବେ ମାତ୍ର ୮ ରନ୍ ପାଇଁ ସେ ଶତକୁ ବଞ୍ଚିତ ହୋଇଛନ୍ତି।

ଆଜି ଶତକ ମାରିଥିଲେ ଏହା ହୋଇଥା’ନ୍ତା ତାଙ୍କର ଦ୍ୱିତୀୟ ଟେଷ୍ଟ ଶତକ। ଏହା ପୂର୍ବରୁ ସେ ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଶେଷ ଟେଷ୍ଟ୍ ମ୍ୟାଚ୍‌ର ଦ୍ୱିତୀୟ ଇନିଂସରେ ଶତକ ମାରିଥିଲେ। ସେ ସେହି ଇନିଂସ୍‌ରେ ୧୧୪ରନ୍ କରିଥିଲେ।



from Odisha Reporter https://ift.tt/2OA14Mx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages