ଦୀପାବଳିରେ ଘରେ ପ୍ରସ୍ତୁତ କରନ୍ତୁ କରଞ୍ଜି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 26, 2018

ଦୀପାବଳିରେ ଘରେ ପ୍ରସ୍ତୁତ କରନ୍ତୁ କରଞ୍ଜି

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର):‘କରଞ୍ଜି’ ମହାରାଷ୍ଟ୍ର ଓ କର୍ଣ୍ଣାଟକର ଏକ ପାରମ୍ପରିକ ପିଠା। ଏହା ଖାଇଲେ ପାଟିରେ ନଡ଼ିଆ ଫ୍ଲେବର ଆସିବା ସହ ମୁସ୍‌ମୁସ୍ ମଧ୍ୟ ଲାଗିଥାଏ।  ଏହି ପିଠା ମହାରାଷ୍ଟ୍ର ଓ କର୍ଣ୍ଣାଟକର ହୋଇଥିଲେ ବି ଆମ ଓଡ଼ିଶାରେ ବେଶ୍‌ ଆଦୃତ।  ଏହି ପିଠା ପର୍ବ ପର୍ବାଣୀ ତଥା ଖାସ୍ କରି ଗଣେଷ ପୂଜା ଓ ଦିପାବଳୀରେ ତିଆରି କରାଯାଏ। ତେବେ ଚାଲନ୍ତୁ ଜାଣିବା କେମିତି ପ୍ରସ୍ତୁତ କରିବେ କରଞ୍ଜି।

ଆବଶ୍ୟକ ସାମଗ୍ରୀ: ମଇଦା, ସୁଜି, ଘିଅ, ନଡ଼ିଆ କୋରା, ଚିନି,ତେଲ, ଗୁଜୁରାତି ଗୁଣ୍ଡ

 ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ମଇଦା, ଅଳ୍ପ ସୁଜି, ଘିଅ ଓ ଅଳ୍ପ ପାଣି ନିଅନ୍ତୁ। ତା’ପରେ ତାକୁ ଅଟା ଚକଟିବା ପରି ଚକଟି ଦିଅନ୍ତୁ।  ଭଲଭାବେ ନରମ କରି ଚକଟି ସାରିବା ପରେ ତାକୁ ଗୋଲ ଗୋଲ ଆକାର ଦିଅନ୍ତୁ। ଏହାପରେ ଗୋଲ ଗୋଲ ଆକାର ହୋଇଥିବା ଜନ୍ତୁଣୀରେ ତେଲ ଦେଇ ବେଲି ପୁରୀ ଭଳି ଆକାର ଦିଅନ୍ତୁ।

ଏହାପରେ ଚୁଲିରେ ଏକ କଡ଼େଇ ବସାଇ ସେଥିରେ ନଡ଼ିଆ କୋରା, ଚିନି ଓ ଗୁଜରାତି ଗୁଣ୍ଡ ପକାଇ ଭାଜି ଦିଅନ୍ତୁ।  ଏହା ଭାଝି ହେବା ପରେ  ତାକୁ  ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ। ଏହା ଥଣ୍ଡା ହୋଇଯିବା ପରେ।  ତାକୁ  ପୁରୀ ଭଳି ଆକାର ହୋଇଥିବା ଜନ୍ତଣୀରେ ଦେଇ  କାକରା ପିଠା ପରି ଆକାର ଦିଅନ୍ତୁ। ଏହାପରେ ଚୁଲିରେ କଡ଼େଇ ବସାଇ ତାକୁ ଗରମ କରନ୍ତୁ। ତାହା ଗରମ ହୋଇଯିବା ପରେ ସେଥିରେ ପ୍ରସ୍ତୁତ ହଇଥିବା ନଡ଼ିଆ ପୂର ଦିଆ କରଞ୍ଜିକୁ ଛାଣନ୍ତୁ।  ଏହା ବାଦାମୀ ରଙ୍ଗ ହୋଇ ଆସିଲେ ତାକୁ ଛାଣି ଏକ ପାତ୍ରରେ ରଖନ୍ତୁ।  ପ୍ରସ୍ତୁତ ହୋଇଗଲା ଗରମ ଗରମ କରଞ୍ଜି।



from Odisha Reporter https://ift.tt/2OOYcfI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages