ଦେଶରେ ୧୬ଲକ୍ଷ ଲୋକ ‘ଆଲ୍‌ଝେମର୍‌’ରେ ପୀଡ଼ିତ, ଜାଣନ୍ତୁ ଏହି ରୋଗର ଲକ୍ଷଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 3, 2018

ଦେଶରେ ୧୬ଲକ୍ଷ ଲୋକ ‘ଆଲ୍‌ଝେମର୍‌’ରେ ପୀଡ଼ିତ, ଜାଣନ୍ତୁ ଏହି ରୋଗର ଲକ୍ଷଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ‘ଆଲ୍‌ଝେମର୍‌’ ହେଉଛି ଏକ ମାନସିକ ରୋଗ। ଏହି ରୋଗ ଧୀରେ ଧୀରେ ବ୍ୟକ୍ତିର ସ୍ମରଣ ଶକ୍ତି ଓ ଅନ୍ୟାନ୍ୟ ମାନସିକ ପ୍ରକ୍ରିୟାକୁ ଧ୍ୱଂସ କରିଦିଏ।

‘ଆଲ୍‌ଝେମର୍‌’ରେ ପୀଡ଼ିତ ବ୍ୟକ୍ତି ସମୟାନୁକ୍ରମେ ସବୁ କିଛି ଭୁଲିବାକୁ ଲାଗନ୍ତି, ଏପରିକି ପରିବାରବର୍ଗ ଓ ବନ୍ଧୁମାନଙ୍କୁ ମଧ୍ୟ ଚିହ୍ନିପାରନ୍ତି ନାହିଁ। ତଥ୍ୟ ଅନୁସାରେ, ଦେଶରେ ଏବେ ପ୍ରାୟ ୧୬ ଲକ୍ଷ ଲୋକ ଏହି ରୋଗରେ ପୀଡ଼ିତ। ମାନସିକ ରୋଗ ବିଶେଷଜ୍ଞଙ୍କ ଅନୁଯାୟୀ ଭାରତରେ ପ୍ରାୟ ୪୦ ଲକ୍ଷ ଲୋକ ଡିମେନ୍‌ସିଆ ରୋଗରେ ପୀଡ଼ିତ ଓ ଏଥିମଧ୍ୟରୁ ‘ଆଲ୍‌ଝେମର୍‌’ ପୀଡ଼ିତଙ୍କ ସଂଖ୍ୟା ସର୍ବାଧିକ।

ସାଧାରଣରେ ଅଧିକାଂଶ ଭାବନ୍ତି ଯେ ‘ଆଲ୍‌ଝେମର୍‌’ ଓ ‘ଡିମେନ୍‌ସିଆ’ ପ୍ରାୟ ଏକାପ୍ରକାରର ରୋଗ। କିନ୍ତୁ ଏହା ଠିକ୍‌ ନୁହେଁ। ବାସ୍ତବରେ ‘ଆଲ୍‌ଝେମର୍‌’ ହେଉଛି ‘ଡିମେନ୍‌ସିଆ’ର ଏକ ଅଂଶବିଶେଷ।

‘ଆଲ୍‌ଝେମର୍‌’ରେ ପୀଡ଼ିତ ବ୍ୟକ୍ତି ଏହି ରୋଗରେ ଆକ୍ରାନ୍ତ ହେବାର କିଛି ଦିନ ମଧ୍ୟରେ ନିଜ ସ୍ମରଣ ଶକ୍ତି ହରାଇଥା’ନ୍ତି। ରୋଗୀଙ୍କୁ ନିଜ ଦୈନନ୍ଦିନ କାମ କରିବାକୁ ଆଗ୍ରହ ଆସେ ନାହିଁ। ସଂପୃକ୍ତ ରୋଗୀ ତାରିଖ, ରାସ୍ତା ଓ ଜରୁରୀ କାମସବୁ ଭୁଲିବାକୁ ଲାଗନ୍ତି। ଏପରିକି ଘର କିମ୍ବା ଅଫିସରେ କାମ କରିବା ବେଳେ ଅନେକ ଭୁଲ ନିଷ୍ପତ୍ତି ମଧ୍ୟ ନେଇଥା’ନ୍ତି।

ଏହି ରୋଗ ଯେତେବେଳେ ବ୍ୟକ୍ତିଙ୍କୁ ସଂପୂର୍ଣ୍ଣ ଆକ୍ରାନ୍ତ କରେ, ସେତେବେଳେ ରୋଗୀ ନିଜ ଘର ଲୋକ, ସଂପର୍କୀୟ ଓ ସାଙ୍ଗସାଥୀମାନଙ୍କୁ ଚିହ୍ନି ପାରନ୍ତି ନାହିଁ। ରୋଗ ବଢିଯିବା ପରେ ରୋଗୀଙ୍କ  ବ୍ୟବହାରରେ ମଧ୍ୟ ଅନେକ ପରିବର୍ତ୍ତନ ଆସିଥାଏ। ଏପରିକି ରାଗିଯାଇ ଅତ୍ୟନ୍ତ ଉଗ୍ର ବ୍ୟବହାର କରିବା, ହାଠତ୍‌ ମୁଡ୍‌ ବଦଳିଯିବା, କାହାକୁ ବିଶ୍ୱାସ ନ କରିବା, ଡିପ୍ରେସନ୍‌, ସମାଜରୁ ଦୂରେଇ ରହିବା ଓ ବିନା କାରଣରେ ଏଠି ସେଠି ବୁଲିବା ଅଭ୍ୟାସ ଭଳି ଲକ୍ଷଣସବୁ ଦେଖା ଦେଇଥାଏ।

ଜଣେ ‘ଆଲ୍‌ଝେମର୍‌’ ରୋଗୀଙ୍କ ପୁଅଙ୍କର କହିବା ଅନୁଯାୟୀ, ତାଙ୍କ ମା’ ଗତ ୪ ବର୍ଷ ହେଲା ଏହି ରୋଗରେ ପୀଡ଼ିତ ଅଛନ୍ତି। ସେ ଅନେକ ଥର ତାଙ୍କୁ ଭୁଲିଯା’ନ୍ତି ଓ ନିଜ ଭାଇ ବୋଲି ଭାବନ୍ତି।

ଏହି ରୋଗକୁ ବୁଝିବା ପାଇଁ ଆପଣ ଧୈର୍ଯ୍ୟ ରଖିବା ଆବଶ୍ୟକ। ରୋଗୀଙ୍କୁ ଭଲ ପାଇବା ସହ ତାଙ୍କର ଖୁବ୍‌ ଧ୍ୟାନ ମଧ୍ୟ ରଖିବା ଉଚିତ। ଏହି ରୋଗ ସମ୍ପୁର୍ଣ୍ଣ ଭଲ ହୋଇ ନଥାଏ।
ତେବେ ଅନେକ ଔଷଧ ଅଛି, ଯାହାର ବ୍ୟବହାର ଦ୍ୱାରା ଆମେ ରୋଗୀଙ୍କ ବ୍ୟବହାରରେ ସୁଧାର ଆଣିପାରିବା। ଏହାସହ ବ୍ୟାୟାମ, ସ୍ୱାସ୍ଥ୍ୟକର ଖାଦ୍ୟ ସହ ପୀଡ଼ିତଙ୍କ ଉଚ୍ଚ ରକ୍ତଚାପ ଓ ଡାଇବେଟିସ୍ ନିୟନ୍ତ୍ରଣ କରିବା ମଧ୍ୟ ଜରୁରୀ। ମଧୁର ସଙ୍ଗୀତ ଶୁଣାଇ ଏବଂ ସବୁବେଳେ ତାଙ୍କୁ ଖୁସି ରଖିବାକୁ ଚେଷ୍ଟା କରିବା ଦ୍ୱାରା ‘ଆଲ୍‌ଝେମର୍‌’ ପୀଡ଼ିତଙ୍କ ବ୍ୟବହାରରେ ଅନେକ ସୁଧାର ଆସିଥାଏ।



from Odisha Reporter https://ift.tt/2RulncS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages